fbpx

ଆଫଗାନିସ୍ତାନରେ ମସଜିଦରେ ବିସ୍ଫୋରଣ; ୧୦୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ । କୁନ୍ଦୁଜର ଏକ ମସଜିଦରେ ଶିୟା ସବୁଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା । ଶୁକ୍ରବାର ସମୁଦାୟ ସହ ଜଡ଼ିତ ଏକ ମସଜିଦରେ ଦ୍ୱିପ୍ରହରରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାର୍ଥନା ପାଇଁ ଏଠାରେ ଲୋକମାନେ ଏକାଠି ହୋଇଥିବା ସମୟରେ ଘଟିଛି ଏହି ବିସ୍ଫୋରଣ । ଏନେଇ ତାଲିବାନ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଘଟଣାରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସୋସିଆଲ ମିଡିଆରେ ମିଳିଥିବା ଫଟୋରେ ଦେଖାଯାଉଛି ମସଜିଦରେ ଚାରିଆଡ଼େ ମୃତଦେହ ପଡ଼ିରହିଛି ।

ତେବେ ଇସଲାମିକ ଷ୍ଟେଟ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଆଫଗାନିସ୍ତାନରେ ତାଲିବାନ କବ୍ଚା ପରେ ଏଠାରେ ଇସଲାମିକ ଷ୍ଟେଟର ଆକ୍ରମଣ ବଢ଼ିଛି । ଦୁଇ ସଂଗଠନ ମଧ୍ୟରେ ଯୁଦ୍ଧ ସମ୍ଭାବନା ରହିଛି । ଗତ ରବିବାର ମଧ୍ୟ କାବୁଲରେ ଏକ ମସଜିଦ ବାହାରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.