fbpx

ଅନୁଷ୍କା ଶର୍ମା ସେୟାର କଲେ ବିରାଟ-ଭାମିକାଙ୍କ ଫଟୋ

ପସନ୍ଦ କରୁଛନ୍ତି ଫ୍ୟାନ ଓ ସେଲିବ୍ରିଟି

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବେ ଦୁବାଇରେ ବିରାଟ କୋହଲିଙ୍କ ସହ ଅଛନ୍ତି । ଦୁବାଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି ଏବଂ ଅନୁଷ୍କା ଶର୍ମା ସେଠାରେ ବିରାଟଙ୍କୁ ଉତ୍ସାହିତ କରିବା ପାଇଁ ପହଞ୍ଚିଛନ୍ତି । ନିକଟରେ ଅନୁଷ୍କା କ୍ୱାରେଣ୍ଟିନରେ ଥିବା ନେଇ ସୂଚନା ଦେଇଛନ୍ତି । ଏବେ ତାଙ୍କର କ୍ୱାରେଣ୍ଟିନ ପିରିୟଡ ଶେଷ ହୋଇଥିବା ଜଣାପଡୁଛି । ଏହା ସହ ସେ ତାଙ୍କ ସ୍ୱାମୀ ବିରାଟ ଏବଂ ଭାମିକାଙ୍କ ସହ ସମୟ ବିତାଉଛନ୍ତି ।

ଅନୁଷ୍କା ଶର୍ମା ଏକ ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ବିରାଟ କୋହଲି ଝିଅ ଭାମିକାଙ୍କ ସହ ନଜର ଆସିଛନ୍ତି । ବିରାଟ ଝିଅ ସହ ଖେଳିବା ସହ ହସୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି ଅନୁଷ୍କା କହିଛନ୍ତି ମୋର ସଂପୂର୍ଣ୍ଣ ହୃଦୟ ଗୋଟିଏ ଫ୍ରେମରେ ।

ତେବେ ଅନୁଷ୍କାଙ୍କ ଏହି ଫଟୋକୁ ଫ୍ୟାନଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ଅନୁଷ୍କା ବିରାଟଙ୍କ ଅନେକ ଫଟୋ ସେୟାର କରିବା ସହ କହିଥିଲେ ଯେ ସେ ଏବେ କ୍ୱାରେଣ୍ଟିନରେ ରହିଛନ୍ତି ।

 

View this post on Instagram

 

A post shared by AnushkaSharma1588 (@anushkasharma)

Get real time updates directly on you device, subscribe now.