fbpx

ପୁଅକୁ ଭେଟିବାକୁ ପହଞ୍ଚିଲେ ଶାହରୁଖ, କାଲି ହୋଇଥିଲା ବେଲ୍ ଖାରଜ

ମୁମ୍ବାଇ: ପୁଅ ଆର୍ୟନ୍ ଭେଟିବାକୁ ପହଞ୍ଚିଛନ୍ତି ଶାହରୁଖ ଖାନ୍ । ସେ ଆଜି ମୁମ୍ବାଇ ଆର୍ଥର୍ ରୋଡ ଜେଲରେ ଆର୍ୟନଙ୍କୁ ଦେଖା କରିବାକୁ ଆସିଛନ୍ତି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନଙ୍କ ଜାମିନ୍ ଆବେଦନକୁ ଅଦାଲତ ଖାରଜ କରିଥିଲେ । ଏହାପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି ଶାହରୁଖ ଓ ତାଙ୍କ ପରିବାର । ତେଣୁ ଆଜି ସେ ତାଙ୍କ ପୁଅକୁ ଭେଟିବାକୁ ଆର୍ଥର୍ ରୋଡ୍ ଜେଲରେ ପହଞ୍ଚିଛନ୍ତି । ୧୮ଦିନ ହେଲା ଆର୍ୟନ ଜେଲରେ ରହିଥିବା ବେଳେ ଏହା ଭିତରେ ୪ଟି ଜାମିନ୍ ଆବେଦନ ଖାରଜ ହେଲାଣି ।

ସୂଚନାଯୋଗ୍ୟ, କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । କୋର୍ଟ ବେଲ୍ ଖାରଜ କରି ଜଜ୍ ବିବି ପଟେଲ୍ କହିଛନ୍ତି ଯେ, ତିନି ଜଣ ଡ୍ରଗ୍ସ ମାମଲାରେ ଅଡ଼ୁଆରେ ଫସିଛନ୍ତି । ଏହି ସମୟରେ ସେମାନଙ୍କୁ ଯଦି ଜାମିନ୍ ଦିଆଯାଏ ତେବେ ସେମାନେ ପୁଣି ଏହି ଅପରାଧ କରିପାରନ୍ତି । ଏହାପରେ ନାକୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ(ଏନଡିପିସି) ଆକ୍ଟ ଅଧୀନରେ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ।

Get real time updates directly on you device, subscribe now.