fbpx

ପାକିସ୍ତାନରେ ପରିଣତ ହେବ ବାଂଲାଦେଶ! ୪୦ ବର୍ଷରେ ୪% ହ୍ରାସ ପାଇଲେ ହିନ୍ଦୁ, ଜାଣନ୍ତୁ ଦେଶରେ କିପରି ଚାଲିଛି ହମଲା

ନୂଆଦିଲ୍ଲୀ: କଣ ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଏବେ ପାକିସ୍ତାନ ଓ ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି କି? ଗତ କିଛି ଦିନ ହେବ ଦୁର୍ଗା ପୂଜା ସମୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଲଗାତର ଭାବରେ ହମଲା ହେଉଛି । ଏହି ପରିପ୍ରେକ୍ଷୀରେ ବିଦ୍ରୋହୀ ମାନେ ଦୁର୍ଗା ପୂଜା ପେଣ୍ଡାଲ ଓ ହିନ୍ଦୁ ମାନଙ୍କ ଘର ଉପରେ ଆକ୍ରମଣ କରୁଛନ୍ତି । ନିକଟରେ ୨୦ରୁ ଅଧିକ ହିନ୍ଦୁଙ୍କ ଘର ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଦେଶରେ ହିନ୍ଦୁ ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକୁ ଦେଖିଲେ ଏହା ଲାଗୁଛି ଯେ, ବାଂଲାଦେଶ ଏବେ କଟ୍ଟରପନ୍ଥୀ ମାନଙ୍କ ଅଧୀନସ୍ଥ ହେବାକୁ ଯାଉଛି ।

ଯଦି ଆପଣ ମାନେ ବାଂଲାଦେଶର ଗତ ୪୦ ବର୍ଷର ଇତିହାସ ଉପରେ ନଜର ପକାଇବେ ତେବେ ଏହା ଜାଣିପାରିବେ ଯେ, କିପରି ଭାବେ ଦେଶରୁ ହିନ୍ଦୁ ମାନଙ୍କ ସଂଖ୍ୟା କମିବାରେ ଲାଗିଛି । ବର୍ତ୍ତମାନ ହିନ୍ଦୁଙ୍କ ସଂଖ୍ୟା ଦେଶରେ ୧୩.୫ ପ୍ରତିଶତରୁ କେବଳ ୮.୫ ପ୍ରତିଶତ ରହିଯାଇଛି । ବଡ଼ ସଂଖ୍ୟାରେ ହିନ୍ଦୁ ମାନେ ଭାରତକୁ ପଳାୟନ କରୁଛନ୍ତି । ଏବେ ମୁସଲମାନ ମାନେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି । ହିନ୍ଦୁଙ୍କୁ ଜୋରଦାର୍ ବିରୋଧ କରୁଛନ୍ତି ।

ତେବେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଏବେ ପୂର୍ବ ପ୍ରସ୍ତୁତି ଯୋଜନା ଆକାରରେ ହେଉଛି । ଯେପରିକି କେହି ନା କେହି ଜଣେ ସତ୍ତାରୁଢ଼ଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହାପରେ କଟ୍ଟରପନ୍ଥୀ ମାନେ ହମଲା କରିବା ଅଧ୍ୟାୟ ଆରମ୍ଭ କରିଦେଉଛନ୍ତି । ଲଗାରତ ଭାବରେ ଏପରି ହେଉଥିବ ଲକ୍ଷ୍ୟ କରାଯାଉଛି । ନିକଟରେ ଗୋଟିଏ ଫେସବୁକ୍ ପୋଷ୍ଟ ପାଇଁ ୨୦ରୁ ଅଧିକ ହିନ୍ଦୁଙ୍କ ଘରକୁ ପୋଡ଼ି ଦିଆଗଲା । ଅଳ୍ପ ସଂଖ୍ୟକ ହିନ୍ଦୁ ମାନେ ଜାଣି ସାରିଛନ୍ତି ଯେ, ସେମାନେ ଏବେ ରାଜନୈତିକ ସ୍ତରରେ ହେଉ କି ଆନ୍ଦୋଳନ କରି ହେଉ, ଯେଉଁ ବି ଉପାୟ ଆପଣାଇଲେ ମଧ୍ୟ ହମଲାକୁ ଅଟକାଇପାରିବେ ନାହିଁ ।

Get real time updates directly on you device, subscribe now.