ଏହି ବ୍ୟବସାୟୀଙ୍କୁ ଡେଟ କରୁଥିଲେ ଜ୍ୟାକଲିନ; ଓକିଲ କଲେ ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି । ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ବ୍ୟବସାୟୀ ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ ଦାବି କରିଛନ୍ତି ଯେ ଜ୍ୟାକଲିନ ଫର୍ଣ୍ଣାଡିସ ଏବଂ ସୁକେଶ ପରସ୍ପରକୁ ଡେଟ କରୁଥିଲେ । ଶନିବାର ସୁକେଶଙ୍କ ଓକିଲ ଅନନ୍ତ ମଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହା ସହ ସେ ଅନେକ ତଥ୍ୟ ମଧ୍ୟ ଦେଇଛନ୍ତି ।

ନୋରା ଫତେହୀଙ୍କୁ ନେଇ ମଧ୍ୟ ସେ ଖୁଲାସା କରିଛନ୍ତି ସେ କହିଛନ୍ତି ନୋରା ଫତେହୀ ନିଜକୁ ପୀଡ଼ିତ ବୋଲି କହିଛନ୍ତି କିନ୍ତୁ ପ୍ରକୃତରେ ଏକ ବିଏମଡବ୍ଲୁ ତାଙ୍କୁ ଗିଫ୍ଟ କରାଯାଇଥିଲା । ନୋରା ଏବଂ ଜ୍ୟାକଲିନ ଏହି କେସରେ ଦୁଇ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ତେଣୁ ଉଭୟଙ୍କୁ ପଚରାଉଚରା କରାଯାଉଛି । ଶନିବାର ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ମାରିଆ ପଲଙ୍କୁ ନ୍ୟାୟିକ ହେପାଜତରେ ଦିଲ୍ଲୀ କୋର୍ଟ ଦ୍ୱାରା ପଠାଯାଇଛି । ଏହା ପୂର୍ବରୁ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଆମ୍ନା ସାମ୍ନି କରାଯାଇଥିଲା ।

ସାକ୍ଷୀ ଭାବରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରିବାକୁ ଡାକିଥିଲେ । ଏନସିବି ସହ ଜ୍ୟାକଲିନ ସଂପୂର୍ଣ୍ଣ ଭାବରେ ସହଯୋଗ କରୁଛନ୍ତି । ମାମଲାରେ ଦମ୍ପତି ନାମ ସହ ଜ୍ୟାକଲିନଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଜ୍ୟାକଲିନଙ୍କ ମୁଖପାତ୍ର ।

ଉଲ୍ଲେଖଯୋଗ୍ୟ, ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ୨୦୦ କୋଟିର ଅର୍ଥ ହେରଫେର ମାମଲାରେ ପଚରାଉଚରା କରାଯାଉଛି । ତାଙ୍କର ଅର୍ଥ କାରବାର ଉପରେ ଇଡି ନଜର ରଖିଛି । ଇଡି ମୁତାବିକ ଜ୍ୟାକଲିନଙ୍କର ସୁକେଶ ଚନ୍ଦ୍ରଶେଖରଙ୍କ ସମ୍ପର୍କ ରହିଛି ।