fbpx

ରିଲଜ୍ ହେଲା ‘ସତ୍ୟମେବ ଜୟତେ’ର ଟ୍ରେଲର, ଦୁର୍ନୀତି ବିରୋଧରେ ଲଢ଼ିବେ ଜନ୍

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟମେବ ଜୟତେ’ର ଟ୍ରେଲର । ବଲିଉଡ୍ ଅଭିନେତା ଜନ ଆବ୍ରାହମ ଅଭିନୀତ ଏହି ଫିଲ୍ମକୁ ଫ୍ୟାନ ମାନେ ଅପେକ୍ଷା କରିଛନ୍ତି । ଫିଲ୍ମ ନଭେମ୍ବର ୨୫ରେ ରିଲିଜ୍ ହେବାକୁ ଥିବାବେଳେ, ସୋମବାର ଏହାର ଟ୍ରେଲର ଲଞ୍ଚ ହୋଇଛି । ପୂର୍ବରୁ ମେ ୧୩ ରେ ସଲମାନଙ୍କ ଅଭିନୀତ ଫିଲ୍ମ ରାଧେ ସହ ଏହି ଫିଲ୍ମ ରିଲିଜ ହେବାକୁ ଥିବାବେଳେ କରୋନା ଭାଇରସ ଯୋଗୁଁ ଏହାର ରିଲିଜ୍ ଡେଟକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଯାଇଛି ।

ସତ୍ୟମେବ ଜୟତେର ଟ୍ରେଲ ଲଞ୍ଚ ଡେଟ୍ ଘୋଷଣା ପରଠାରୁ ଏଥିପାଇଁ ଅପେକ୍ଷା କରିଥିଲେ ଫ୍ୟାନ । ୩ ମିନିଟ ୧୭ ସେକେଣ୍ଡର ଏହି ଟ୍ରେଲରରେ ଜନଙ୍କ ଦମଦାର ଅଭିନୟ ଦେଖିବାକୁ ମିଳଛି । ତେବେ ପ୍ରଥମ ଭାଗ ଭଳି ଏଥର ମଧ୍ୟ ଦୁର୍ନୀତି ଉପରେ ଆଧାରିତ । ପୋଲିସ ଏବଂ ନେତାଙ୍କଠାରୁ ନେଇ ଶିଳ୍ପପତି ଏବଂ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ।

ଫିଲ୍ମରେ ଜନ ଆବ୍ରାହମ, ଦିବ୍ୟ କୋଶଲା, ରାଜୀବ ପିଲାଇ ଏବଂ ସାହିଲ ବୈଦ୍ୟଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମକୁ ମିଲାପ ଜାଭେରୀ ନିର୍ଦ୍ଦେଶନା କରୁଛନ୍ତି ।

Get real time updates directly on you device, subscribe now.