fbpx

ଦୀପାବଳିରେ ରିଲିଜ୍ ହେବ ଏହି ସବୁ ଫିଲ୍ମ-ୱେବସିରିଜ୍, ଦର୍ଶକଙ୍କ ପାଇଁ ଫୁଲ ଏଣ୍ଟରଟେନମେଣ୍ଟ

ନୂଆଦିଲ୍ଲୀ: ଦୀପାବଳି ଏମିତି ଏକ ପର୍ବ ଯାହାକୁ ଅପେକ୍ଷା କରିଥାନ୍ତି ସମସ୍ତେ, କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶର ଲୋକେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । ବ୍ୟବସାୟୀମାନେ ମଧ୍ୟ ଏହାକୁ ବେସ ଉକ୍ରଣ୍ଠାର ସହ ଅପେକ୍ଷା କରିଥାନ୍ତି । କାରଣ ପର୍ବ ସମୟରେ ହିଁ ଲୋକମାନେ ଅଧିକ ଖର୍ଚ୍ଚ କରିଥାନ୍ତି । ଏତିକି ନୁହେଁ ଅନେକ ପ୍ରଡକ୍ସନ ହାଉସ ମଧ୍ୟ ଦୀପାବଳି ସମୟରେ ଫିଲ୍ମ ରିଲିଜ୍ କରିଥାନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅନେକ ଫିଲ୍ମ ଦୀପାବଳି ଅବସରରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ସିନେମା ହଲରୁ ଆରମ୍ଭ କରି ଓଟିଟି ପର୍ଯ୍ୟନ୍ତ ସବୁଥିରେ ଏହି ଫିଲ୍ମ ଗୁଡ଼ିକ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ଦୀପାବଳୀ ଅବସରରେ କେଉଁ ଫିଲ୍ମ ଏବଂ ୱେବ ସିରିଜ୍ ରିଲିଜ ହେବାକୁ ଯାଉଛି ।

1. Sooryavanshi(ସୂର୍ଯ୍ୟବଂଶୀ): ଅକ୍ଷୟ କୁମାର ଏବଂ କଟରୀନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ୫ ନେଭମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍କକୁ ରୋହିତ ସେଟ୍ଟୀ ନିର୍ଦ୍ଦେଶନା କରିଛନ୍ତି । ଏଥିରେ ରଣବୀର ସିଂହ ଏବଂ ଅଜୟ ଦେବଗନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ ।

2. ANNAATTHE(ଆନ୍ନାଥେ): ସାଉଥ୍ ଇଣ୍ଡିଆନ୍ ମୁଭି ଲଭର୍ସଙ୍କ ପାଇଁ ଦୀପାବଳିରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଆନ୍ନାଥେ ନଭେମ୍ବର ୪ରେ ରିଲିଜ୍ ହେବାକୁ ଯାଉଛି । ପ୍ରସିଦ୍ଧ ନିର୍ଦ୍ଦେଶକ ଶିବା ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଏହି ଫିଲ୍ମରେ ନୟନତାରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

3. MEENAKSHI SUNDARESWAR(ମୀନାକ୍ଷୀ ସୁନ୍ଦରେଶ୍ୱର): ସାନ୍ୟା ମଲହୋତ୍ରା ଏବଂ ଅଭିମନ୍ୟୁ ଦସାନୀଙ୍କ ଯୋଡ଼ି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ସେ ନବ ବିବାହିତ ଭୂମିକା ତୁଲାଇଛନ୍ତି । ଯାହା ନଭେମ୍ବର ୫ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଛି ।

4. ETERNALS(ଇଟରନଲସ): ମାର୍ଭେଲ ଷ୍ଟୁଡିଓଜର ଅଗାମୀ ସୁପରହିରୋ ଫିଲ୍ମ ନଭେମ୍ବର ୫ରେ ସିନେମାହଲରେ ରିଲିଜ ହେବାକୁ ଯାଉଛି । ମାର୍ଭେଲର ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ଦର୍ଶକ । ଏହି ଫିଲ୍ମରେ ଏକ ନୂଆ ସୁପରହିରୋଙ୍କୁ ଦେଖିବାକୁ ମିଳିବ ଯେଉଁମାନେ ୭୦୦୦ ବର୍ଷ ଧରି ପୃଥବୀରେ ଗୁପ୍ତ ଭାବରେ ରହୁଛନ୍ତି ।

5. NARCOS: MEXICO; ନାର୍କୋସ ମେକ୍ସିକୋ ସିଜିନ ୩ ମଧ୍ୟ ନେଟଫ୍ଲିକ୍ସରେ ନଭେମ୍ବର ୫ରେ ରିଲିଜ୍ ହେବ । ଏଥର ମେକ୍ସିକୋର ଡ୍ରଗ୍ସ ଡିଲର୍ସଙ୍କ କାହାଣୀ ଦେଖାଯିବ ।

6. No Means No: ଏହା ଏକ Indo-Polish ରୋମାଣ୍ଡିକ ଥ୍ରୀଲର ଫିଲ୍ମ ଯାହା ୫ ନଭେମ୍ବରରେ ସିନେମାହଲ୍ ରେ ରିଲିଜ ହେବ । ଏଥିରେ ଧ୍ରୁବ ବର୍ମା, ଗୁଲସନ ଗ୍ରୋଭର, ଶରଦ କପୁର ଏବଂ ଅନ୍ନା ଗୁଜିକ ମୁଖ୍ୟ ଚିତ୍ରରେ ନଜର ଆସିବେ । ଏହା ହିନ୍ଦୀ, ଇଂରାଜୀ, ଏବଂ ପୋଲିସ ଭାଷାରେ ସୁଟିଂ କରାଯାଇଛି ।

7. The Electrical Life of Louis Wain: ଆମାଜନ ପ୍ରାଇମ ଭିଡିଓ ରେ ଏହି ହଲିଉଡ ଫିଲ୍ମ ରିଲିଜ ହେବ । ଏଥିରେ ହଲିଉଡ କଳାକାର ବେନେଡିକ୍ଟ କମ୍ବରବ୍ୟାଚ ଜଣେ ବ୍ରିଟିଶ କଳାକାରର ଭୂମିକା ନିଭାଉଛନ୍ତି ଯିଏକି ବିଲେଇଙ୍କୁ ବହୁତ ପସନ୍ଦ କରିଥାନ୍ତି । ଏହି କାହାଣୀ ଲୁଇସ ୱେନଙ୍କ ଜୀବନ ଉପରେ ଆଧାରିତ ଯିଏ ବିଲେଇ ଏବଂ ପେଣ୍ଟିଙ୍ଗ୍ସ ପାଇଁ ଜଣାଶୁଣା ।

Get real time updates directly on you device, subscribe now.