fbpx

ବିବାହ, ଶୁଦ୍ଧିକ୍ରିୟାରେ ୨୫୦ ଲୋକଙ୍କୁ ଅନୁମତି, ଜାରି ହେଲା ବିଏମସିର ନୂଆ ଗାଇଡଲାଇନ

ଭୁବନେଶ୍ୱର: ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ କଟକଣା କୋହଳ କରିଛି ବିଏମସି । ଏଣିକି ଏସବୁ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେଇପାରିବା ନେଇ ବିଏମସିର ଅନୁମତି । ପୂର୍ବରୁ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା । ନଭେମ୍ବର ୧ରୁ ଲାଗୁ ହେବ ଏହି ନୂଆ ଗାଇଡଲାଇନ ।

ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ କରୋନା ସଂକ୍ରମଣକୁ ରୋକିବାକୁ ବିଏମସି ଅଞ୍ଚଳରେ ଜାରି ହୋଇଥିଲା କଟକଣା । ଏବେ ସଂକ୍ରମଣରେ ହ୍ରାସ ଘଟିଥିଲେ ବି ଟଳିନାହିଁ ବିପଦ । ଏପରି ସ୍ଥିତିରେ ଧୀରେ ଧୀରେ କଟକଣାକୁ କୋହଳ କରାଯାଉଛି ।

Get real time updates directly on you device, subscribe now.