fbpx

ନଭେମ୍ବରରେ ବିବାହ କରିବେ ରାଜକୁମାର ରାଓ!

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ବିବାହ ଖବର ଜୋର ଧରିଛି । କୁହାଯାଉଛି ରାକକୁମାର ଖୁବଶୀଘ୍ର ବାନ୍ଧବୀ ପତ୍ରଲେଖାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ମଧ୍ୟ କୁହଯାଉଛି ଉଭୟ ଏହି ବର୍ଷ ବିବାହ କରିବେ । ଦୁହେଁ ନଭେମ୍ବର ୧୦ରେ ବିବାହ କରିପାରନ୍ତି । ତାଙ୍କର ଏହି ବିବାହ ସମାରୋହରେ ତାଙ୍କର କେବଳ ପରିବାର ଲୋକ ଏବଂ କିଛି ନିକଟତର ବନ୍ଧୁ ଉପସ୍ଥିତ ରହିବେ ।

ପତ୍ରଲେଖା ଏବଂ ରାଜକୁମାର ରାଓ ସେମାନଙ୍କ ପରିବାର ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଇବା ଆରମ୍ଭ କରିଛନ୍ତି । ଦୁହେଁ ଉଭୟଙ୍କୁ ଅନେକ ସମୟରୁ ଡେଟ କରିଆସୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ରାଜକୁମାର  ଏବଂ ପତ୍ରଲେଖା ଉଭୟଙ୍କ ପ୍ରତି ଭଲପାଇବା ଜାହିର କରିଥାନ୍ତି । ଫ୍ୟାନମାନେ ମଧ୍ୟ ରାଜକୁମାର ଏବଂ ପତ୍ରଲେଖା ବିବାହର ଅପେକ୍ଷା କରିଥିଲେ । ଏମିତିରେ ତାଙ୍କର ବିବାହ ଖବର ଶୁଣି ଫ୍ୟାନମାନେ ମଧ୍ୟ ଖୁସି ହୋଇଯାଇଛନ୍ତି ।

ବର୍ତ୍ତମାନ ରାଜକୁମାର ରାଓ କୃତି ସେନନଙ୍କ ସହ ନିଜର ଆଗାମୀ ଫିଲ୍ମ ‘ହମ ଦୋ ହମାରେ ଦୋ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ଉଭୟ ଅମିତାଭ ବଚ୍ଚନଙ୍କ କୁଇଜ ରିୟାଲିଟି ସୋ ‘କୌନ ବନେଗା କରୋଡପତି’ରେ ମଧ୍ୟ ପହଞ୍ଚିଥିଲେ ।

Get real time updates directly on you device, subscribe now.