fbpx

ଆଗାମୀ ବଜେଟରେ ସ୍ଥାନ ପାଇବ Cryptocurrency: ଅର୍ଥ ମନ୍ତ୍ରଣାଳୟ ଓ RBI ପକ୍ଷରୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତ ସରକାର କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ସପକ୍ଷରେ ରହିଛନ୍ତି । ତେଣୁ ଆସନ୍ତା ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ସରକାର କ୍ରିପ୍ଟୋକରେନ୍ସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ବଜେଟରେ କ୍ରିପ୍ଟୋକରେନ୍ସି ଅନ୍ତର୍ଗତ ଆଇନ ଉପରେ ଆଲୋଚନା କରାଯିବ । ତେବେ ଏହାକୁ ଦେଶରେ ବ୍ୟାନ କରାଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଉପରୁ ପରଦା ହଟିଯାଇପାରେ । ନେଣଦେଣ ଓ ଲାଭକୁ ବିଚାର କରି ସରକାର ଏହାକୁ ଏକ ବିକଳ୍ପ ସମ୍ପତ୍ତି ଭାବେ ବାଛି ପାରନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଦେଶର ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବର୍ତ୍ତମାନ କ୍ରିପ୍ଟୋକରେନ୍ସିର ନିୟମାବଳୀକୁ ଅନୁସରଣ କରୁଛନ୍ତି । ସେହିପରି ବିଟକଏନକୁ ସରକାର ଏକ ସମ୍ପତ୍ତି ଶ୍ରେଣୀରେ ବର୍ଗୀକୃତ କରିବା ପାଇଁ ବିଚାର କରୁଛନ୍ତି । ତେଣୁ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)କୁ ଦିଆଯାଇପାରେ ବୋଲି ଗତ ଜୁନ ମାସରେ ଅନ୍ୟ ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.