fbpx

ଓଟିଟି ଛାଡ଼ିଲେ ନୱାଜୁଦ୍ଦିନ ସିଦ୍ଦିକି; ଧନ୍ଦା କରୁଛନ୍ତି ପ୍ରଡକ୍ସନ ହାଉସ

ମୁମ୍ବାଇ: ନିଜର ସ୍ୱତନ୍ତ୍ର ଅଭିନୟ ବଳରେ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ଥାନ ତିଆରି କରିଥିବା ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓଟିଟି ପ୍ଲାଟଫର୍ମକୁ କରିଛନ୍ତି ବାଏ ବାଏ । ସାକ୍ରେଡ ଗେମ୍ସ ପରି ଲୋକପ୍ରିୟ ୱେବସିରିଜରେ ଦମଦାର ଅଭିନୟ କରିଥିବା ଏହି କଳାକାର ଏବେ ଓଟିଟି ପ୍ଲାଟଫର୍ମକକୁ ଛାଡ଼ିଛନ୍ତି । ଏକ ସାକ୍ଷାତକାରରେ ଏନେଇ ଖୁଲାସା କରିଛନ୍ତି ନୱାଜୁଦ୍ଧୀନ ।  ସେ କହିଛନ୍ତି ବଡ଼ ବଡ଼ ପ୍ରଡକ୍ସନ ହାଉସଙ୍କ ପାଇଁ ଏହା ବର୍ତ୍ତମାନ ଏକ ଧନ୍ଦା ପାଲଟିଯାଇଛି ।

ନିକଟରେ ନୱାଜୁଦ୍ଦୀନ ସିଦ୍ଦିକି ଇଣ୍ଟରନାସନାଲ ଏମ୍ମୀ ଆୱାର୍ଡରେ ବେଷ୍ଟ ଆକ୍ଟର ପାଇଁ ମନୋନୀତ ହୋଇଥିଲେ । ସେ କହିଛନ୍ତି ଓଟିଟି ପ୍ଲାଟଫର୍ମ ଅନାବଶ୍ୟକ ସୋ ପାଇଁ ଡଷ୍ଟବିନ ପାଲଟିଯାଇଛି । ସେ ଆହୁରି କହିଛନ୍ତି ସାକ୍ରେଡ ଗେମ୍ସରେ ଅଭିନୟ କରିବା ପୂର୍ବରୁ ଏକ ଉକ୍ରଣ୍ଠା ରହିଥିଲା, ଏହା ସହ ଏକ ଡିଜିଟାଲ ମାଧ୍ୟମ ପାଇଁ ଚାଲେଞ୍ଜ ରହିଥିଲା । ନୂଆ କଳାକାରଙ୍କୁ ମଧ୍ୟ ଏହା ଏକ ସୁଯୋଗ ଦେଉଥିଲା ଯାହା ଏବେ ଶେଷ ହୋଇଯାଇଛି । ଓଟିଟି ପ୍ଲାଟଫର୍ମ ଏବେ ବଡ଼ ପ୍ରଡକ୍ସନ ହାଉସ ଏବଂ କଳାକାରଙ୍କ ପାଇଁ ଧନ୍ଦା ପାଲଟିଯାଇଛି । ସେ କହିଛନ୍ତି ଏଠାରେ କ୍ୱାଲିଟି ନୁହେଁ କ୍ୱାଣ୍ଟିଟି ଦେଖାଯାଉଛି ।

ସେ ଆହୁରି କହିଛନ୍ତି ବର୍ତ୍ତମାନ ଓଟିଟିରେ ସୋ ଗୁଡ଼ିକ ଦେଖିବା ଉପଯୁକ୍ତ ନାହିଁ । ଯଦି ମୁଁ ଏହାକୁ ସହ୍ୟ କରିପାରୁନାହିଁ ଏଥିରେ କେମିତି ରହିପାରିବି । ସେ କହିଛନ୍ତି ଏହି ପ୍ଲାଟଫର୍ମ ବଡ଼ ପରାଦାକୁ ଖାଇଯାଇଛି । ପୂର୍ବର ସମୟ ଚାଲିଯାଇଛି । ସେତେବେଳେ କୌଣସି ଫିଲ୍ମ ୩୦୦୦ ଥିଟରରେ ରିଲିଜ ହେଉଥିଲା ଲୋକଙ୍କ ପାଖରେ ଚଏସ ନଥିଲା କିନ୍ତୁ ସେମାନେ ଦେଖିବାକୁ ଆସୁଥିଲେ କିନ୍ତୁ ଏବେ ସେମାନଙ୍କ ପାଖରେ ଅସଂଖ୍ୟ ଚଏସ ରହିଛି ।

Get real time updates directly on you device, subscribe now.