fbpx

ନବୀନ ନିବାସରେ ଭୋଜନ କରିବେ ଶାହା, ପରାଷାଯିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଆଜିଠୁ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ମିଳିଛି । ଶାହାଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିବେ । ମଧ୍ୟାହ୍ନ ଭୋଜନରେ ଓଡ଼ିଆ ଖାଦ୍ୟ ସବୁ ପରଷାଯିବ । ଯେମିତିକି ଭାତ, ଡାଲି, ବାଇଗଣ ଭଜା, ଆଳୁ ମଟର, ରୁଟି, ଟମାଟୋ ଚଟଣି, ପାମ୍ପଡ଼, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼, ରସ ମଲାଇ ଏବଂ ଏହାସହ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ମଧ୍ୟ ମଧ୍ୟାହ୍ନ ଭୋଜନରେ ପରଷାଯିବ ।

Get real time updates directly on you device, subscribe now.