fbpx

ଦୀପାବଳୀ ଦିନ ଝାଡ଼ୁ କିଣିବା ହୋଇଥାଏ ଶୁଭ, ଜାଣନ୍ତୁ ଏହାସହ ଜଡ଼ିତ କିଛି ରୋଚକ କଥା

ଓଡ଼ିଶା ଭାସ୍କର ବ୍ୟୁରୋ: ଦୀପାବଳୀ ହେଉଛି ଖୁସି, ଉତ୍ସାହ ଓ ଆଲୋକର ପର୍ବ । ଦୀପାବଳୀ ଦିନ ନୂଆ ଜିନିଷ କିଣିବାକୁ ଶୁଭ ବୋଲି ଧରାଯାଇଥାଏ । ଏହି ଦିନ ଘର, ଗହଣା ଆଦି କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଥାଏ । ହେଲେ କଣ ଆପଣ ଜାଣିଛନ୍ତି କି ଦୀପାବଳୀ ଦିନ ଝାଡ଼ୁ କିଣିବା ବହୁତ ଶୁଭ ହୋଇଥାଏ । ମାନ୍ୟତା ଅନୁସାରେ, ଦୀପାବଳୀ ଦିନ ଝାଡ଼ୁ କିଣିବା ପରେ ପୂଜା କରିବା ପରେ ତା ପରଦିନ ବ୍ୟବହାର କରିବା ଦରକାର । ଝାଡ଼ୁକୁ ଯଦି ଠିକ୍ ଉପାୟରେ ବ୍ୟବହାର କରାଯାଏ ତେବେ ଜୀବନର ଅନେକ ସମସ୍ୟା ଦୂର ହୋଇଯାଇଥାଏ । କାରଣ ଝାଡ଼ୁ ସହ ଜଡ଼ିତ ଥିବା ଅନେକ ମାନ୍ୟତା ରହିଛି ।

କୁହାଯାଏ ଝାଡ଼ୁର ଅପମାନ କରିବା, ମା’ ଲକ୍ଷ୍ମୀଙ୍କର ଅପମାନ କରିବା ସହିତ ସମାନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଝାଡ଼ୁ ସହିତ ଜଡ଼ିତ ଥିବା କିଛି ମାନ୍ୟତା । କୁହାଯାଏ ଝାଡ଼ୁରେ ଧନ ସମ୍ପତ୍ତିର ଦେବୀ ମା’ ଲକ୍ଷ୍ମୀର ବାସ ଥାଏ । ତେଣୁ ଦୀପାବଳୀ ଦିନ ଝାଡ଼ୁ କିଣି ମନ୍ଦିରରେ ଶୁଭ ମୁହୂର୍ତ୍ତ ଅବସରରେ ଦାନ କରିବା ଦରକାର । କିନ୍ତୁ ଶନିବାର ଦିନ ଝାଡ଼ୁ କିଣିବାକୁ ଅଶୁଭ ବୋଲି ଧରାଯାଇଥାଏ । ଖାଲି ସେତିକି ନୁହେଁ ଗୃହ ପ୍ରବେଶ କରିବା ସମୟରେ ଝାଡ଼ୁ କିଣିବା ଦରକାର ।

ତେବେ ଝାଡ଼ୁ କୁ ଘରେ କୌଣସି ଏକ ସ୍ଥାନରେ ଲୁଚାଇ ରଖିବା ଦରକାର । ଯେପରି କେହି ବି ତାକୁ ଦେଖିପାରିବେ ନାହିଁ । ଘରର ମୁଖ୍ୟ ଦ୍ୱାରରେ ଝାଡ଼ୁ ରଖିବା ଆଦୌ ଶୁଭ ନୁହେଁ । ଏହା ବ୍ୟତୀତ ଝାଡ଼ୁକୁ ଉତ୍ତର ଦିଗରେ ରଖିବା ଶୁଭ ଓ ତାକୁ ଉତ୍ତର ଦିଗରେ ଲୁଚାଇ ରଖିବା ଆବଶ୍ୟକ । ଝାଡ଼ୁକୁ ବେଡରୁମ୍ ରେ ରଖିବା ଦ୍ୱାରା ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।

 

Get real time updates directly on you device, subscribe now.