fbpx

ଧନତେରସ୍ ଦିନ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ଧନପ୍ରାପ୍ତିରୁ ରହିବେ ବଞ୍ଚିତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଦେଶବ୍ୟାପୀ ଧନରେତସ୍ ର ପର୍ବ ପାଳନ କରାଯାଉଛି । ଧନତେରସ୍ ରେ ମା’ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ । ଏହି ଦିନ ସୁନା ରୁପା କିଣିବାକୁ ଶୁଭ ବୋଲି ଧରାଯାଇଥାଏ । ଏଥିସହିତ ଏହି ଦିନ ନୂଆ ନୂଆ ଜିନିଷ ଘରକୁ ଆଣିବା ଦ୍ୱାରା ଘରେ ଶୁଭ ତଥା ସମୃଦ୍ଧିର ଆଗମନ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଏହି ଦିନ କିଛି ଖାସ୍ କଥା ଉପରେ ଧ୍ୟାନ ରଖିବା ଜରୁରୀ । ତାହେଲେ ଚାଲନ୍ତୁ ଜାଣିବା ଏହି ଦିନ କଣ କଣ ଭୁଲ କରିବା ଉଚିତ୍ ନୁହେଁ ।
ଦୀପାବଳୀ ପୂର୍ବରୁ ଲୋକମାନେ ଘରର ପ୍ରତିଟି କୋଣକୁ ସଫା କରିଥାନ୍ତି । ହେଲେ ଧନତେରସ୍ ଦିନ ଘରେ ଅଳିଆ ଆବର୍ଜନା ପଡ଼ି ରହିବାକୁ ଅଶୁଭ ବୋଲି ଧରାଯାଇଥାଏ । ଏହା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ତେଣୁ ଆଜି ହିଁ ଘରୁ ଅଳିଆ ସଫା କରିଦିଅନ୍ତୁ ।

ଘରର ମୁଖ୍ୟ ଦ୍ୱାର ସାମନାରେ କାମରେ ଆସୁନଥିବା ଜିନିଷ ରଖିବାକୁ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଥାଏ । କାରଣ ଘରର ମୁଖ୍ୟଦ୍ୱାର ଦେଇ ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।

ସେହିପରି ଆପଣ ଯଦି ଧନତେରସ୍ ଦିନ କେବଳ କୁବେରଙ୍କୁ ପୂଜା କରୁଛନ୍ତି ତେବେ ଏହାକୁ ଭୂଲ ବୋଲି କୁହାଯାଇଥାଏ । ଏହି ଦିନ କୁବେରଙ୍କ ସହିତ ମା’ ଲକ୍ଷ୍ମୀଙ୍କର ମଧ୍ୟ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଉଚିତ୍ । ତେଣୁ ଏହିଦିନ କୁବେରଙ୍କ ସହିତ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ସ୍ଥାପନା କରି ପୂଜା କରନ୍ତୁ ।

ଧନତେରସ୍ ଦିନ ଦ୍ୱିପହର ଓ ସନ୍ଧ୍ୟାରେ ଶୋଇବା ଆଦୌ ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ । ଏହା ବ୍ୟତୀତ ଏହିଦିନ ଘରେ କଳି ଝଗଡ଼ା କରନ୍ତୁ ନାହିଁ । ସେହିପରି ଧନତେରସ୍ ଦିନ ଲୁହା ଜିନିଷ କିଣନ୍ତୁ ନାହିଁ । ଏହି ଦିନ ଲୁହା କିଣିବା ଶୁଭ ନୁହେଁ ।

Get real time updates directly on you device, subscribe now.