fbpx

ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇଲେ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇ ହଟହଟା ହୋଇଛନ୍ତି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡାରେ ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । କୁଚିଣ୍ଡା ଡାକ ବଙ୍ଗଳାରେ ମନ୍ତ୍ରୀଙ୍କୁ ତାଲା ପକାଯାଇଛି । ବିଜେପି ଓ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ ତାଲା ପକାଇ ଅଟକ ରଖିଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବା ସହ ଡାକ ବଙ୍ଗଳା ବାହାରେ ନାରାବାଜି ଦେଖିବାକୁ ମିଳିଛି । ତେବେ ଖବର ପାଇ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ଓ ଏସଡିପିଓ ପହଞ୍ଚିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.