fbpx

ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ITDA କ୍ଲର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ମୁଖ୍ୟ କିରାଣୀ । ଜଣେ ଠିକାଦାରଙ୍କଙ୍କୁ ଲାଞ୍ଚ ମାଗି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି ଫସିଛନ୍ତି । ଫାଇଲ୍ କାମ କରାଇଦେବାକୁ ଶ୍ରୀ ପାଣି ୬ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ଠିକାଦାରଙ୍କ ଅଭିଯୋଗ କ୍ରମେ ଶ୍ରୀ ପାଣିଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେବା ସମୟରେ ଧରିଥିଲା ।

ଜଣାପଡ଼ିଛି ଯେ, ବାଲିଗୁଡ଼ା ପାଟଖଣ୍ଡାସାହିର ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ଆଇଟିଡିଏରେ କିଛି ଠିକା କାମ କରିଥିବାରୁ ଜମାରାଶି ଉଠାଇବା ଲାଗି ବିଲ୍ କରିବା ଓ ଫାଇଲ୍ ଘୁଞ୍ଚାଇବାକୁ ଶ୍ରୀ ପାଣିଙ୍କୁ କହିଥିଲେ । ମାତ୍ର ଶ୍ରୀ ପାଣି ଏଥିପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିବାରୁ ପଦ୍ମଚରଣ ଏନେଇ ଜିଜିଲାନ୍ସରେ ଅଭିଯୋଗ କରିଥିଲେ । ଫୁଲବାଣୀ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍ ଆଇଟିଡିଏ ଅଫିସରେ ଚଢ଼ାଉ କରି ଲାଞ୍ଚ ନେବା ସମୟରେ ଶ୍ରୀ ପାଣିଙ୍କୁ କାବୁ କରିଥିଲା । ତେବେ ଶ୍ରୀ ପାଣିଙ୍କ ବାସଭବନ ଛାନଭିନ୍ ସମୟରେ ତାଙ୍କଠାରୁ ୮ ଲକ୍ଷ ଟଙ୍କା ଜବତ ହୋଇଥିଲା । ପୂର୍ବର ମଧ୍ୟ ବିଲ କାର୍ଯ୍ୟ ପାଇଁ ଶ୍ରୀ ପାଣି ଠିକାଦାର ପଦ୍ମଚରଣଙ୍କ ଠାରୁ ୨ ହଜାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.