fbpx

ଖାଇକୁ ଖସିଲା ବସ୍, ୨୩ ମୃତ; ୮ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନ କବଜାରେ ଥିବା କାଶ୍ମୀରରେ ବୁଧବାର ଦିନ ଗୋଟିଏ ବସ୍ ଓଲଟି ପଡ଼ିବା କାରଣରୁ ୨୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଆଉ ୮ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପୋଲିସ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପୋଲିସ୍ ର କହିବା ମୁତାବକ, ସୁଧନୋତୀ ଜିଲ୍ଲାରେ ଏହି ଘଟଣା ଘଟିଛି । ଗୋଟିଏ ଯାତ୍ରୀ ବସ୍ ବଲୁଚ ଅଞ୍ଚଳରୁ ପଞ୍ଜାବର ରାୱଲପିଣ୍ଡି ପଟରୁ ଯାତ୍ରା କରୁଥିଲା । ବସ୍ ରେ ଟେକ୍ନିକାଲ୍ ସମସ୍ୟା କାରଣରୁ ବସ୍ ଟି ସଡ଼କରୁ ୫୦୦ ମିଟର୍ ଘାଇ ଭିତରକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ମହିଳା ଓ ପିଲାଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ପାକିସ୍ତ୍ରାନୀ ମିଡିଆ ରିପୋର୍ଟ ଅନୁସାରେ, ସଡ଼କ ପାଖରେ ଥିବା ଜଣେ ବ୍ୟବବାସୀ ଫୋନ୍ ଜରିଆରେ ପୋଲିସ୍ କୁ ଏହି ଖବର ଦେଇଥିଲା । ଯାହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସୂଚନା ଯୋଗ୍ୟ, ପାକିସ୍ତାନ କବଜା କରିଥିବା କାଶ୍ମୀର ଅଞ୍ଚଳ ମାନଙ୍କରେ ରାସ୍ତାଘାଟି ବିପଦଜନକ ଅବସ୍ଥାରେ ରହିଛି । ଏହି ଅଞ୍ଚଳରେ ଖରାପ ସଡ଼କ ଓ ଗାଡ଼ି ଚାଳକ ମାନଙ୍କ ଅବହେଳା କାରଣରୁ ଅନେକ ଥର ଏହି ଅଞ୍ଚଳରେ ଦୁର୍ଘଟଣା ମାନ ଘଟି ଆସୁଛି ।

Get real time updates directly on you device, subscribe now.