fbpx

ଦୀପାବଳୀରେ ଶସ୍ତା ହେଲା ସୁନା, ଦାମରେ ବଡ଼ ହ୍ରାସ! ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ । ଏଥିସହିତ ଗ୍ରାହକଙ୍କ ପାଇଁ ଖୁସିଖବର ରହିଛି । ସୂନା ଓ ରୁପା ଦାମ୍ ରେ ବଡ଼ ହ୍ରାସ ଘଟିଛି । ଗତକାଲି ସୁନାର ଦାମ୍ ଅର୍ଥାତ୍ ନଭେମ୍ବର ୩ ତାରିଖରେ ସୁନା-ରୁପାର ଦାମ୍ କମ୍ ରହିଛି । ସକାଳ ସମୟରେ ୯୯୯ ପ୍ୟୁରିଟିର ଗୋଲ୍ଡ ୧୦ ଗ୍ରାମ ପିଛା ୪୭୫୧୨ ଟଙ୍କା ହୋଇଯାଇଛି । ଯାହା ପୂର୍ବ କାର୍ଯ୍ୟ ଦିବସ ତୁଳନାରେ ୩୨୪ ଟଙ୍କା ଶସ୍ତା ହୋଇଛି ।

୯୯୫ ପ୍ୟୁରିଟି ଅର୍ଥାତ୍ ୨୨ କ୍ୟାରେଟ୍ ଯୁକ୍ତ ସୁନା କଥା ଯଦି କହିବା ତେବେ ପ୍ରତି ୧୦ ଗ୍ରାମର ଦାମ୍ ୩୨୨ ଟଙ୍କା କମ୍ ହୋଇ ୪୭ ହଜାର ୩୨୨ ହୋଇଯାଇଛି । ସେହିପରି ରୁପାର ଦାମ୍ ମଧ୍ୟ ହ୍ରାସ ପାଇଛି । ଗତ କାର୍ଯ୍ୟ ଦିବସ ତୁଳନାରେ ପ୍ରତି କିଲୋ ପିଛା ରୁପା ୧୩୨୭ ଟଙ୍କା ଶସ୍ତା ହୋଇଯାଇଛି । ଏକ କିଲୋ ରୁପାର ଦାମ୍ ବୁଧବାର ଦିନ ୬୨,୮୮୧ ଟଙ୍କା ହୋଇଛି ।

Get real time updates directly on you device, subscribe now.