fbpx

ମାଆ-ଝିଅଙ୍କୁ ଛୁରୀ ଆକ୍ରମଣ: ରୂପେଶର କଥାରେ ତାଳମେଳ ନାହିଁ, ମନଗଢ଼ା କାହାଣୀ ପଛରେ ଆଉ କିଛି ଗୁମର ରହିଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାରେ କୌଣସି ସତ୍ୟ ଏବେ ବି ଉନ୍ମୋଚନ ହୋଇପାରିନାହିଁ । ମ୍ୟାକ୍ସିଧାରୀ ମହିଳା ଆକ୍ରମଣରେ ଗୁରୁତର ହୋଇଥିବା ମାଆ-ଝିଅ ମେଡିକାଲରୁ ଫେରିବା ପରେ ରୂପେଶ ପଣ୍ଡା ନାମରେ ଥାନାରେ ଲୁଟ୍ ଅଭିଯୋଗ କରିଛନ୍ତି । ତେବେ ଡିସିପି ଏହି ମାମଲାକୁ ଗୁରୁତ୍ୱ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ରୂପେଶକୁ ମଧ୍ୟ ମେଡିକାଲରୁ ସିଧାସଳଖ ଥାନାକୁ ଅଣାଯାଇଥିଲେ ହେଁ ତା’ଠାରୁ କୌଣସି ତଥ୍ୟ ଓଗାଳିବାରେ ପୋଲିସ ସକ୍ଷମ ହୋଇନାହିଁ ।

ତେବେ ପ୍ରଫେସର ସୁରେଶ ମିଶ୍ରଙ୍କ ପରିବାରଙ୍କ ଅଭିଯୋଗ କ୍ରମେ ରୂପେଶକୁ ଲୁଟ୍ ଓ ଆକ୍ରମଣ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇପାରେ ବୋଲି କୁହାଯାଉଛି । ରୂପେଶ ବାରମ୍ବାର ମନଗଢ଼ା କାହାଣୀ କହିବା ପଛରେ କିଛି ଚାପ ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । କାହିଁକି ରୂପେଶ ରୋକଠୋକ କଥା କରୁନାହିଁ, ଏହା ପଛରେ କି କାରଣ ରହିଛି । ରୂପେଶ ଅଫିସ ଯିବା ବାଟରେ ୩ ଜଣ ଦୁର୍ବୃତ୍ତ ତାକୁ ଅପହରଣ କରିନେଇଥିଲେ ଓ ପ୍ରଫେସରଙ୍କ ଘରେ ପଶି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପୋଲିସକୁ କହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ଅପହରଣକାରୀମାନେ କିଏ? ସେମାନେ କାହିଁକି ଏପରି କଲେ? ରୂପେଶର କଥାରେ କୌଣସି ତାଳ ମେଳ ରହୁନାହିଁ । ପୂର୍ବରୁ ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ପୋଲିସର ସନ୍ଦେହ ହେଉଥିଲା । ମାତ୍ର ରୂପେଶର କଥାବାର୍ତ୍ତାରେ କୌଣସି ତାଳମେଳ ରହୁ ନଥିବାରୁ ତାହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ହେଲମେଟ ଓ ମ୍ୟାକ୍ସି ପିନ୍ଧିବା ପଛରେ ତାକୁ ଆଉ କିଏ କିଏ ସହଯୋଗ କରିଥିଲେ, କେବେ ତାହାର ଗୁମର ଫିଟିବ ।

Get real time updates directly on you device, subscribe now.