fbpx

ସଲମାନଙ୍କ ସାମ୍ନାରେ କଟରୀନାଙ୍କୁ ପ୍ରପୋଜ କରିଥିଲେ ଭିକି, ଦେଖନ୍ତୁ ଥ୍ରୋବ୍ୟାକ୍ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ୨୦୧୯ରେ ଭିକି କୌଶଲ କଟରୀନା କୈଫଙ୍କୁ ଏକ ଆୱାର୍ଡ ଫଙ୍କସନରେ ପ୍ରପୋଜ୍ କରିଥିଲେ । ଏହି ଇଭେଣ୍ଟରେ ସଲମାନ ଖାନ୍ ମଧ୍ୟ ଉପସ୍ଥିତ ଥିଲେ । କଟରୀନାଙ୍କୁ ଯେତେବେଳେ ଭିକି ପ୍ରପୋଜ କରିଥିଲେ ସେତେବେଳେ ତାଙ୍କର ରିଆକ୍ସନ ଦେଖିବା ଭଳି ରହିଥିଲା । ଏହି ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମିତିରେ ବର୍ତ୍ତମାନ ବଲିଉଡରେ ଦୁହିଁଙ୍କର ବାହାଘର ନେଇ ଚର୍ଚ୍ଚା ହେଉଛି । ଫ୍ୟାନମାନେ ଉଭୟଙ୍କ ବିବାହକୁ ନେଇ ଅପେକ୍ଷା କରିଛନ୍ତି ।

ରିପୋର୍ଟ ଅନୁଯାୟୀ କଟରୀନା ଏବଂ ଭିକି କୌଶଲଙ୍କ ବିବାହ ୭ରୁ ୯ ଡିସେମ୍ବର ମଧ୍ୟରେ ବିବାହ କରିପାରନ୍ତି, ଉଭୟ ରାଜସ୍ଥାନରେ ବିବାହ କରିବା ନେଇ ମଧ୍ୟ କୁହାଯାଇଛି । ଅବଶ୍ୟ ଏହାକୁ ନେଇ ଉଭୟ କିଛି ମନ୍ତବ୍ୟ ଦେଇନାହାଁନ୍ତି । ଅନେକ ଫ୍ୟାନ ପେଜ୍ ସୋସିଆଲ ମିଡିଆରେ ଦୁହିଁଙ୍କର ପୁରୁଣା ଭିଡିଓ ଏବଂ ଫଟୋକୁ ସେୟାର କରୁଛନ୍ତି । ନିକଟରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଭିକି କଟରୀନାଙ୍କୁ ପ୍ରପୋଗ କରୁଥିବାର ଦେଖାଯାଇଛି ।

 

View this post on Instagram

 

A post shared by Cherry & Grapes ? (@popsixcles)

Get real time updates directly on you device, subscribe now.