fbpx
BJD SKY
BJD SKY

ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

BJD

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ସାଉଥ ଆôଫ୍ରିକା ନେଟ ରନରେଟରେ ପଛରେ ପଡ଼ିଯାଇଥିଲା । ଏହା ସହିତ ଗ୍ରୁପ ‘ବି’ରୁ ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ପୂର୍ବରୁ ଗ୍ରୁପ ‘ଏ’ରୁ ଇଂଲଣ୍ଡ ଏବଂ ଗ୍ରୁପ ‘ବି’ରୁ ପାକିସ୍ତାନ ସେମିରେ ପ୍ରବେଶ କରିସାରିଛନ୍ତି । ସାଉଥ ଆଫ୍ରିକା ୧୮୯ ରନ୍ ସଂଗ୍ରହ କରଥିବାବେଳେ ସେମି ଫାଇନାଲରେ ପ୍ରବେଶ ପାଇଁ ଇଂଲଣ୍ଡକୁ ୧୩୧ ରେ ସୀମିତ ରଖିବାର ଆବଶ୍ୟକତା ଥିଲା । ମାତ୍ର ଇଂଲଣ୍ଡ ଆବଶ୍ୟକ ରନ ସଂଗ୍ରହ କରିବା ସହ ସାଉଥ ଆଫ୍ରିକାର ସେମିଫାଇନାଲରେ ପ୍ରବେଶ ଆଶାକୁ ଧୂଳିସାତ୍ କରିଦେଇଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫ୍ରିକା ନିକଟରେ ପ୍ଲେ ଅଫର ଚାପ ରହିଥିଲା । ରିଜା ହେଣ୍ଡ୍ରିକ୍ସ ମାତ୍ର ୨ ରନ କରି ମୋଇନଙ୍କ ଦ୍ୱାରା ଆଉଟ ହୋଇଥିଲେ । ତେବେ କ୍ୱିଣ୍ଟନ ଡିକକ(୩୪) ଓ ଦୁସେନ(୯୪) ସତର୍କତାର ସହିତ ଇନିଂସ ଆଗକୁ ବଢାଇଥିଲେ । ଦଳୀୟ ସ୍କୋର ୮୬ରେ ଡି କକ୍ ପ୍ୟାଭିଲିୟନ ଫେରିବା ପରେ ଦୁସେନ ଗିଅର ବଦଳାଇଥିଲେ । ଦୁସେନଙ୍କ ଇନିଂସରେ ୫ ଚୌକା ଓ ୬ ଛକା ସାମିଲ ଥିଲା । ଏଡେନ ମାର୍କରାମ ୨୫ ବଲ ଖେଳି ୨ ଚୌକା ଓ ୪ ଛକା ମାରିଥିଲେ । ମୋଇନ ଅଲୀ ୨୭ ରନ ଏବଂ ଆଦିଲ ରଶିଦ୍ ୩୨ ରନ ବ୍ୟୟ କରି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.