fbpx

ଲଖୀମପୁର ଖେରୀ ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କ ଶୁଣାଣି, ୮ ଜଣଙ୍କର ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ: ଲଖୀମପୁର ଖେରୀ ମାମଲାରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣକଙ୍କ ମୃତ୍ୟୁ ହୋଇଥିଲା । ଚିଫ୍ ଜଷ୍ଟିସ୍ ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲୀଙ୍କ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ୨୬ ଅକ୍ଟୋବରରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାର ସାକ୍ଷୀଙ୍କୁ ସଂରକ୍ଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ମାମଲାର ଅନ୍ୟ ସାକ୍ଷୀଙ୍କ ବୟାନ ସିଆରପିସି ଧାରା ୧୬୪ ଅନୁଯାୟୀ ରେକର୍ଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜଣେ ସାମ୍ବାଦିକ ଏବଂ ଅନ୍ୟ ଜଣେ ବ୍ୟକ୍ତି ଶ୍ୟାମ ସୁନ୍ଦରଙ୍କ ଭିଡ଼ରେ ପିଟି ପିଟି ହତ୍ୟା କରାଯାଇଥିବା ମାମଲାରେ ସ୍ଥିତି ରିପୋର୍ଟ ଦାଖଲର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଦୁଇ ଅଭିବକ୍ତା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ଆନ୍ଦୋଳନରତ କୃଷକଙ୍କ ଉପରକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ୪ କୃଷକଙ୍କୁ ହତ୍ୟା କରିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ହିଂସାରେ ଅନ୍ୟ ଚାରି ଜଣକର ମୃତ୍ୟୁ ହୋଇଥିଲା । ପରେ ଏହି ମାମଲାରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.