fbpx

କାର୍ ଧକ୍କାରେ ବୃଦ୍ଧ ଭିକାରୀ ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବାଲିଶର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବୃଦ୍ଧ ଭିକାରୀର ମୃତ୍ୟୁ ଘଟିଛି । ମୃତକ ହେଲେ ଦାମୋଦର କିଶାନ । ଆଜି ସକାଳୁ ବୃଦ୍ଧ ଭିକାରୀ ଦାମୋଦର ପ୍ରତ୍ୟେକ ଦିନ ପରି ଭିକ ମାଗିବା ପାଇଁ ଯାଉଥିବା ସମୟରେ ଅପରପଟୁ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । କାର ଧକ୍କାରେ ସେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ, ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣା ଘଟାଇବା ପରେ କାରଟି ଦ୍ରୁତଗତିରେ ସେଠାରୁ ଖସି ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.