fbpx

ପଞ୍ଚାୟତିରାଜ ବିଭାଗରେ ଜିଆରଏସଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚୟତିରାଜ ବିଭାଗରେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିଛି ଜିଆରଏସ ସଂଘ । ଏହା ସହ ୩୦ ପ୍ରତିଶତ ପିଇଓ ପଦୋନ୍ନତିକୁ ବାତିଲ କରିବା ଦୁର୍ଭାଗ୍ୟଜନକ ବୋଲି ଆଜି ଭୁବନେଶ୍ୱର ଠାରେ ବସିଥିବା ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି ।

ସଂଘର ରାଜ୍ୟ ସଭାପତି ବଦ୍ରୀ ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ନିଜ ନିଜର ମତ ରଖିବା ସହ ସରକାର ତୁରନ୍ତ ଜିଆରଏସମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଂଙ୍ଘର ଦାବି ରହିଛି । ସେହିପରି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ସାଙ୍ଗଠନିକ ବୈଠକ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଦୟନାଥ ଲେଙ୍କା, ରଂଜିତ୍ କୁମାର ଜେନା, ଶ୍ରବଣ ପଣ୍ଡା, ଜିତେନ୍ଦ୍ର ପତି, ଆଜାଦ ଅଲ୍ଲି ଖାନ୍‌,ବାଦଲ କୁମାର ଷଡଙ୍ଗୀ, ପଙ୍କଜ ସ୍ୱାଇଁ, ଦିଗାମ୍ବର ମହାପାତ୍ର, ଦେବାଶିଷ ରାଉତ, ଅଜୟ କୁମାର ଜେନା, ମଳୟ କୁମାର ସାହୁ, ଅଂଜନ କୁମାର ସ୍ୱାଇଁ,ଦେବାଶିଷ ପୃଷ୍ଟି, ସୁମନ୍ତ ବଳିୟାର ସିଂ ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.