fbpx

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ସମୀର ୱାଙ୍ଖେଡ଼େଙ୍କ ବାପା

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ସମୀର ୱାଙ୍ଖେଡ଼ଙ୍କ ବାପା । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟିଲେ ୱାଙ୍ଖେଡ଼େଙ୍କ ପରିବାର । ସମୀର ୱାଙ୍ଖେଡ଼େଙ୍କ ବାପା , ପତ୍ନୀ ଏବଂ ଭଉଣୀ ଭେଟିଲେ । ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିବା କହିଲେ ସମୀରଙ୍କ ବାପା । ସମୀରଙ୍କ ସହ ଯାହା ସବୁ ଘଟିଛି, ସବୁକଥା ଜଣାଇଲୁ କହିଲେ ପତ୍ନୀ କ୍ରାନ୍ତି । ‘ସତ୍ୟ ପାଇଁ ଆମର ଏ ସଂଘର୍ଷ, ଆମେ ସଂଗ୍ରାମ ଜାରି ରଖିବୁ ଜଣାଇଲେ ।

ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ କରିବା ମଧ୍ୟରେ ବିବାଦ ଘେରକୁ ଆସିଛନ୍ତି ଏନସିବି ଅଧିକାରୀ ସମୀର ୱାଙ୍ଖେଡ଼େ । ଏହାରି ମଧ୍ୟରେ ସମୀର ୱାଙ୍ଖେଡ଼େଙ୍କ ବାପା ଧ୍ୟାନଦବ କାଚଋଜୀ ୱାଙ୍ଖଡେ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ନୱାବ୍ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୀମରଙ୍କ ବାବା ନୱାବ ମଲିକଙ୍କ ବିରୋଧରେ ମାନହାନୀ ମକଦ୍ଦମା ଆଣିଛନ୍ତି । ଏହି ମାମଲାରେ ସୀମରଙ୍କ ପ୍ରତିଷ୍ଠା ଓ ଚରିତ୍ର ଉପରେ ନୱର ଆକ୍ଷେପ କରି କ୍ଷତି ପହଞ୍ଚାଇବା ଅଭିଯୋଗ ଆଣିଛନ୍ତି ସମୀରଙ୍କ ବାପା । ନୱାବ, ସମୀରଙ୍କ ପରିବାରକୁ ଫ୍ରଡ୍ ବୋଲି କହିବା ସହିତ ତାଙ୍କ ଧର୍ମ ଉପରେ ମଧ୍ୟ ପ୍ରଶ୍ନ ଉଠାଇବା ସହ ସେ ହିନ୍ଦୁ ନୁହେଁ ବୋଲି କହିଥିଲେ ନୱାବ ।

Get real time updates directly on you device, subscribe now.