fbpx

ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଯିବାକୁ ହେବ ଜେଲ୍ ! ଏହି ଦେଶରେ ରହିଛି ଅଜବ କାନୁନ, ଇଣ୍ଟରନେଟରେ ଚର୍ଚ୍ଚା

ଦୁନିଆରେ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ କାନୁନ ରହିଛି ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି । ବଦଳୁଥିବା ସମୟ ସହ ମଧ୍ୟ ଏହି କାନୁନ ବଦଳିନାହିଁ । ଯାହା ଆଜିବି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଜି ଆମେ ଆପଣଙ୍କୁ ଏମିତି ଏକ କାନୁନ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜ ପତ୍ନୀଙ୍କ ଜନ୍ମଦିନ ଭୁଲିଯାଉଛନ୍ତି ତାହେଲେ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ ।

ପ୍ରଶାନ୍ତ ମହାସାଗରର ପଲିନେସିୟନ କ୍ଷେତ୍ରରେ ଏକ ଛୋଟ ଦେଶ ରହିଛି ଯାହାର ନାମ ସାମୋଆ ରହିଛି । ଏହା ଏକ ଆଇଲାଣ୍ଡ ଦେଶ ଯାହା ନିଜର ସୁନ୍ଦରତା ପାଇଁ ଜଣାଯାଏ । କିନ୍ତୁ ଏଠାରେ ଏକ ଅଜବ କାନୁନ ରହିଛି ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ରହିଥାଏ । ସୋସିଆଲ ମିଡିଆରେ ମଧ୍ୟ ଦେଶର କାନୁନକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତବେ ଆସନ୍ତୁ ଜାଣିବା କପିରି ଏହି ଦେଶର କାନୁନ ଯୋଗୁଁ ସ୍ୱାମୀମାନେ ଜେଲ ଯାଇଥାନ୍ତି ।

ପ୍ରକୃତରେ ସାମୋଆରେ କଥିତ ଭାବରେ କାନୁନ ରହିଛି ଯେ ଯଦି କେହି ସ୍ୱାମୀ ନିଜ ପତ୍ନୀଙ୍କ ଜନ୍ମିଦନ ଭୁଲିଯାଇଛନ୍ତି ତେବେ ତାକୁ ଅପରାଧ ବୋଲି ଧରାଯିବ ଏବଂ ସ୍ତ୍ରୀ ମଧ୍ୟ ଚାହିଁଲେ ତାଙ୍କ ଉପରେ କେସ୍ କରିପାରିବେ । ବଡ଼ କଥା ହେଉଛି ଏହି କାନୁନକୁ ନେଇ କୌଣସି ପ୍ରଶ୍ନ ଉଠେନାହିଁ । ୨୦୨୦ର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ମହିଳାଙ୍କୁ ଶସକ୍ତ କରିବା ପାଇଁ ଥିବା କାନୁନକୁ ସଂଶୋଧନ କରାଯାଇ ଏହି କାନୁନ ଲାଗୁକରାଯାଇଛି ।

If you forget your wife’s birthday, you have to go to jail! There are strange laws in this country,

Get real time updates directly on you device, subscribe now.