fbpx

ଦେଢ଼ ବର୍ଷ ପରେ ଭାରତ-ନେପାଳ ମଧ୍ୟରେ ଗଡ଼ିଲା ବସ୍

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ବସ୍ ସେବା ପୁଣି ଆରମ୍ଭ ହୋଇଛି । କରୋନା ମହାମାରୀ କାରଣରୁ ଏହି ସେବା ଗତ ଦେଢ଼ ବର୍ଷରୁ ବନ୍ଦ ରହିଥିଲା । ସିଲିଗୁଡ଼ୀ ଜଙ୍କସନ ବସଷ୍ଟାଣ୍ଡରୁ ମଙ୍ଗଳବାର କାଠମାଣ୍ଡୁ ୪୫ ଯାତ୍ରୀଙ୍କୁ ନେଇ ବାହାରିଛି ।

ଏନେଇ ସିଲିଗୁଡ଼ୀ ବସ୍ ଓନର୍ସ ଆଣ୍ଡ ବୁକିଂ ଏଜେଣ୍ଟ ଆସୋସିଏସନ ଅଧ୍ୟକ୍ଷ ସନ୍ତୋଷ ଶାହା କହିଛନ୍ତି ଏହି ବସ୍ ଯାତ୍ରା ପାଇଁ ଇଚ୍ଛୁକ ଲୋକଙ୍କୁ କୋଭିଡ-୧୯ ଟିକାର ଦୁଇ ଡୋଜ ନେବା ଆବଶ୍ୟକ । ସେ କହିଛନ୍ତି ଯାତ୍ରା ସମୟରେ କୋଭିଡ ନିୟମ ପାଳନ କରାଯିବ । ବସ୍ ସିଲିଗୁଡ଼ୀରୁ କାଠମାଣ୍ଡୁ ପାଇଁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଅପରାହ୍ନ ତିନିଟାରେ ବାହାରିବ ।

Get real time updates directly on you device, subscribe now.