୬ ମାସ ପରେ ନିଆଯିବା ଉଚିତ୍ ବୁଷ୍ଟର ଡୋଜ, ଜାଣନ୍ତୁ କଣ କହିଲେ ଭାରତ ବାୟୋଟେକ୍ ମୁଖ୍ୟ

ନୂଆଦିଲ୍ଲୀ: ଭାରତର ପ୍ରଥମ ଆଣ୍ଟି-କରୋନା ଭାଇରସ୍ ଟିକା “କୋଭାକ୍ସିନ” ବିକାଶକାରୀ କୃଷ୍ଣ ଏଲା ବୁଧବାର କହିଛନ୍ତି ଯେ, କୋଭିଡ -୧୯ ଟିକାର ଦ୍ବିତୀୟ ଡୋଜ୍ ନେବାର ଛଅ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ । ଏହା ହେଉଛି ସବୁଠାରୁ ଉତ୍ତମ ସମୟ । ଏଥିସହ ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ଶୀଘ୍ର ନୋଜଲ ଭାକସିନକୁ ବୁଷ୍ଟର ଡୋଜ ଭାବରେ ଆଣିବାକୁ ଚିନ୍ତା କରୁଛନ୍ତି ।

ଏକ କାର୍ୟ୍ୟକ୍ରମରେ କୃଷ୍ଣ ଏଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କୋଭାକ୍ସିନ୍’ ଟିକା ଭାରତୀୟ ବିଜ୍ଞାନ ଉପରେ ତାଙ୍କର ଏକ ବିଶ୍ୱାସ ଦର୍ଶାଉଛି । ଦ୍ୱିତୀୟ ଡୋଜର ମାତ୍ର ଛଅ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ତୃତୀୟ ଡୋଜ ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ବାୟୋଟେକ ନାକରେ ଦିଆଯିବାକୁ ଥିବା ଟିକାକୁ ‘ବୁଷ୍ଟର୍’ ଡୋଜ ଭାବରେ ଆଣିବାକୁ ମଧ୍ୟ ଭାରତ ବିଚାର କରୁଛି। ‘ନାସାଲ୍ ଭ୍ୟାକ୍ସିନ୍’ର ମହତ୍ତ୍ବ ବିଷୟରେ ସେ କହିଥଲେ ଯେ ସମଗ୍ର ବିଶ୍ୱ ଏହିପରି ଟିକା ଚାହୁଁଛି।

ଜିକା ବିରୋଧୀ ଟିକା ବିଷୟରେ କୃଷ୍ଣ ଏଲା କହିଛନ୍ତି ଯେ ଭାରତ ବାୟୋଟେକ୍ ଜିକା ବିରୋଧୀ ଟିକା ପ୍ରସ୍ତୁତ କରିଛି । ପ୍ରଥମ ପର୍ୟ୍ୟାୟ ସମାପ୍ତ ହୋଇଛି । ମାମଲା ଅଧିକ ଥିବାରୁ ସରକାରଙ୍କୁ ଅଧିକ ପରୀକ୍ଷା କରିବାକୁ ପଡ଼ିବ। ସେ କହିଛନ୍ତି, “ଆମେ ବିଶ୍ୱରେ ପ୍ରଥମ କମ୍ପାନୀ ହୋଇ ୨୦୧୪ ରେ ଜିକା ଆଣ୍ଟି ଟିକା ପ୍ରସ୍ତୁତ କରିଥିଲୁ।