fbpx

ଚର୍ଚ୍ଚାରେ Eternalsର ଏହି ଚୁମ୍ବନ ଦୃଶ୍ୟ, ଲିଡ୍ କପଲ୍ କରିଛନ୍ତି ଭାରତୀୟ ରୀତିନୀତିରେ ବିବାହ; ପଢ଼ନ୍ତୁ ଫ୍ୟାନ୍ସଙ୍କ ରିଆକ୍ସନ୍

ନୂଆଦିଲ୍ଳୀ: ମାର୍ଭଲ ସିରିଜ୍ ର ନୂଆ ଫିଲ୍ମ Eternals ଏବେ ଚର୍ଚ୍ଚାରେ ରହିଛି । ସଲମା ହୟାକ୍, ଏଞ୍ଜେଲିନା ଜୋଲୀ, ରିଚାର୍ଡ ମୈଡେନ୍, ଜେମା ଚୈନ୍ ଓ କିଟ୍ ହେରିଙ୍ଗଟନ୍ ଷ୍ଟାଟର୍ ଫିଲ୍ମକୁ ଏବେ ବକ୍ସ ଅଫିସ୍ ରେ ଷ୍ଟ୍ରଗଲ୍ କରିବାକୁ ପଡ଼ୁଛି । ଏବେ ଏହି ଫିଲ୍ମର ଏକ ଚୁମ୍ବନ ଦୃଶ୍ୟ ଭାରତୀୟଙ୍କ ଧ୍ୟାନ ଆକର୍ଷଣ କରିଛି । ଏହି ହଲିଉଡ୍ ଫିଲ୍ମର ଏକ ସିନ୍ ରେ ଭାରତୀୟ ବିବାହ ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । କାରଣ ଭାରତୀୟ ପ୍ରଥା ଅନୁସାରେ ବିବାହ କରିବା ପରେ ଲିଡ୍ କପଲ୍ କିସ୍ କରୁଥିବା ଦେଖିବାକୁ ମିଳିଛି ।

Eternals ରେ ହଲିଉଡ୍ ଷ୍ଟାର୍ Ikaris  ଭୂମିକାରେ ଥିବା ରିଚାର୍ଡ ମୈଡେନଙ୍କ ଓ Sersi ଭୂମିକାରେ ଥିବା ଜେମା ଚୈନଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି । ଫିଲ୍ମରେ ଇକାରିସ୍ ଓ ସେର୍ସି ହିନ୍ଦୁ ରୀତିନୀତିରେ ବିବାହ କରୁଛନ୍ତି । ଦୁହେଁ ବିବାହ କରିବା ପରେ ମଣ୍ଡପ ଉପରେ କିସ୍ କରୁଥିବା ଦେଖିବାକୁ ମିଳିଛନ୍ତି । ଫ୍ୟାନ୍ସ ମାନେ ଏହି ଦୃଶ୍ୟ କୁ ଦେଖି କନଫ୍ୟୁଜନରେ ପଡ଼ିଛନ୍ତି । କାରଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପରେ କିସ୍ କରାଯାଏ ନାହିଁ ।

କିଛି ୟୁଜର୍ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । କମେଣ୍ଟ କରି ଜଣେ ୟୁଜର୍ସ କହିଛନ୍ତି ଯେ, Unsanskaari । ସେହିପରି ଫିଲ୍ମର ଏହି ଚୁମ୍ବନ ସିନ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ସୋସିଆଲ ମିଡିଆ ବ୍ୟବହାରକାରୀ । ହେଲେ ଫିଲ୍ମର ଏହି ଦୃଶ୍ୟକୁ କ୍ୟୁଟ୍ ବୋଲି ମଧ୍ୟ କୁହାଯାଇଛି । କିଛି ଲୋକଙ୍କ କହିବା କଥା ଯେ, ବିଦେଶୀ କଳାକାର ମାନେ ଏପରି କରିବା ଦ୍ୱାରା କୌଣସି ଅସୁବିଧା ନାହିଁ । ଦେଖନ୍ତୁ କିଛି ୟୁଜର୍ସଙ୍କ ଟୁଇଟ୍ ।

Get real time updates directly on you device, subscribe now.