fbpx

ମାୟାବତୀଙ୍କ ମା’ଙ୍କ ଦେହାନ୍ତ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଅଭିମୁଖେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟୀ ସୁପ୍ରିମୋ ମାୟାବତୀଙ୍କ ମା ରାମରତୀ ଦେବୀଙ୍କ ନିଧନ । ୯୨ ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ସମୟ ଧରି ରୋଗାକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ସେପଟେ ମା’ଙ୍କର ଶେଷ ଦର୍ଶନ କରିବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ପୂର୍ବତନ ମାୟାବତୀ ।

ବହୁଜନ ସମାଜ ପାର୍ଟୀର ତରଫରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି । ଏହାସହ ଦଳ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମ୍ବେଦନା ଜ୍ଞାପନ କରାଯାଇଛି । ରବିବାର ରାମରତୀ ଦେବୀଙ୍କର ଅନ୍ତିମ ସଂସ୍କାର କରାଯିବ ।

Get real time updates directly on you device, subscribe now.