fbpx

କରୋନାର ହଟସ୍ପଟ୍ ପାଲଟିଛି ୟୁରୋପ, ରେକର୍ଡ ସଂଖ୍ୟାରେ ମାମଲାକୁ ନେଇ ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ଗତବର୍ଷ ଠାରୁ କରୋନା ମହାମାରୀ ବିଶ୍ୱର ଜନସାଧାରଣଙ୍କ ପାଇଁ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି । ଏବେ ପୁଣିଥରେ ୟୁରୋପରେ କରେନାର ତାଣ୍ଡବ ଦେଖିବାକୁ ମିଳିଛି । କହିବାକୁ ଗଲେ ୟୁରୋପ ଏବେ କରୋନା କେନ୍ଦ୍ର ପାଲଟିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଠଗନ ୟୁରୋପକୁ ଚେତାବନୀ ଦେଇଛି । ୟୁରୋପୀୟ ଦେଶ ଗୁଡ଼ିକରେ କରୋନା ମହାମାରୀ ଆରମ୍ଭ ହେବା ତୁଳନାରେ ଗତ ସପ୍ତାହରେ ଅଧିକ ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ପ୍ରାୟ ୨୦ଲକ୍ଷ ମାମଲା ସାମନାକୁ ଆସିଛି । ଖାଲି ସେତିକି ନୁହେଁ ୨୭ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଚୀନ ଓ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି ।

ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ କହିଛନ୍ତି ଯେ, ୟୁରୋପରୁ ନିକଟରେ କରୋନା ଭାଇରସ୍ ୨୭ ହଜାର ଲୋକ ପ୍ରାଣ ହରାଇସାରିଲେଣି । ଏହି ସଂଖ୍ୟା ସବୁଠାରୁ ଅଧିକ ବୋଲି ସେ କହିଛନ୍ତି । ସେ କହିଛନ୍ତି, କେବଳ ପୂର୍ବ ୟୁରୋପରେ ଟୀକାକରଣ ହାର କମ୍ ଥିବା ଦେଶରେ ନୁହେଁ, ପଶ୍ଚିମ ୟୁରୋପରେ ବିଶ୍ୱରେ ଟୀକାକରଣ ହାର ସର୍ବାଧିକ ଥିବା ଦେଶମାନଙ୍କରେ ମଧ୍ୟ କୋଭିଡ୍-୧୯ ମାମଲା ବୃଦ୍ଧି ପାଉଛି ।

ଡବ୍ଲୁଏଚଓର ସାପ୍ତାହିକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଅଞ୍ଚଳରେ ୧ ରୁ ୭ ନଭେମ୍ବର ମଧ୍ୟରେ ୧୯,୪୯,୪୧୯ ନୂତନ ମାମଲା ରେକର୍ଡ ହୋଇଛି, ଯାହା ନୂତନ ସପ୍ତାହରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଚୀନରେ ମଧ୍ୟ ମହାମାରୀ ପୁଣିଥରେ ବ୍ୟାପିବାରେ ଲାଗିଛି। ଏହି ସଂକ୍ରମଣ ୨୧ ଟି ପ୍ରଦେଶରେ ବ୍ୟାପିଛି । ଋଷ ଏବଂ କାନାଡାର ଅବସ୍ଥା ମଧ୍ୟ ଚିନ୍ତଜନକ ରହିଛି। ଯୁକ୍ତରାଷ୍ଟ୍ରରେ, ଗତ ଏକ ସପ୍ତାହ ମଧ୍ୟରେ କରୋନାରେ ପ୍ରାୟ ୨,୦୦୦ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.