fbpx

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ; ଗିରଫ ହେଲା ନାବାଳକ ଅଭିଯୁକ୍ତ

ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ଦୁଇ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳକ ତାଙ୍କୁ ଦୁଷ୍କର୍ମ କରୁଥିଲା ଫଳରେ ନାବାଳିକା ଗର୍ଭବତୀ ହେହାଇଥିଲେ ।

୧୬ ବର୍ଷୀୟ ନାବାଳିକାଙ୍କୁ ଓବେଦୁଲ୍ଲାଗଞ୍ଜ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁର ଅବସ୍ଥା ଗୁରୁତର ହେବାରୁ ଭୋପାଳର ହମିଦିଆ ହସ୍ପିଟାଲକୁ ରେଫର କରାଯାଇଥିଲା ଯେଉଁଠାରେ ଚିକିତ୍ସିତ ଅବସ୍ଥାରେ ନବଜାତର ମୃତ୍ୟୁ ହୋଇଛି । ଏହି ପୁରା ମାମଲାରେ ଓବେଦୁଲ୍ଲାଗଞ୍ଜ ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟ ଖାମଖିଆଲି ମନୋଭାବ ସାମ୍ନାକୁ ଆସିଛି । ନବଜାତର ଜନ୍ମ ପରେ ଓବେଦୁଲ୍ଲାଗଞ୍ଜ ସ୍ୱାସ୍ଥ୍ୟ କେନ୍ଦ୍ର ପୋଲିସକୁ କୌଣସି ସୂଚନା ଦେଇନଥିଲେ ଏବଂ ତରତର ହୋଇ ସେମାନଙ୍କୁ ହମିଦିଆ ହସ୍ପିଟାଲକୁ ରେଫର କରିଥିଲେ ।

ଯେତେବେଳେ ନାବାଳିକା ଜନ୍ମ ଦେଇଥିବା ମୃତ ଶିଶୁର ଶବଗୃହ ରିପୋର୍ଟ ନୁରଗଞ୍ଜ ଥାନାକୁ ଆସିଥିଲା ସେତେବେଳେ ମାମଲା ସାମ୍ନାକୁ ଆସିଥିଲା । ପୋଲିସ ବିଭିନ୍ନ ଧାରାରେ ଅପରାଧିକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଗିରଫ କରି ଶିଶୁ ସୁଧାର ଗୃହକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.