fbpx

୫୦୦ ଟଙ୍କାରୁ କମ୍ ଦାମ୍ ମିଳୁଥିବା ଏହି ଗ୍ୟାଜେଟ୍ ସବୁ କରିଦେବ ଆପଣଙ୍କ ଜୀବନକୁ ଖୁବ୍ ସରଳ, ଜାଣନ୍ତୁ କଣ ସେସବୁ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ତେଣୁ ଦୈନାନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗ୍ୟାଜେଟ୍ କୁ ଆମେ ବ୍ୟବହାର କରିଥାଉ । ସ୍ମାର୍ଟଫୋନ୍ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାର ଗ୍ୟାଜେଟ୍ କାମରେ ଆସିଥାଏ । ଆପଣ ମାନେ ଅକ୍ସେସୋରିସ୍, ଛୋଟ ଗ୍ୟାଜେଟ୍ ଯେପରି ସ୍ପିକର୍, ହେଡ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ । ଏସବୁକୁ ଆପଣ ବିଭିନ୍ନ ଇ କମର୍ସ ସାଇଟ୍ ରୁ ସପିଂ କରିଥାନ୍ତି । ଏଥିପାଇଁ ଆପଣ ମାନଙ୍କ ପାଖରେ ଅନେକ ଅପସନ୍ ରହିଛି । ଆପଣ ମାନଙ୍କୁ ଆଜି ଆମେ ୫୦୦ ଟଙ୍କାରୁ କମ୍ ଦାମ୍ ରେ ମିଳୁଥିବା ଜିନିଷ ସମ୍ପର୍କରେ କହିବାକୁ ଯାଉଛୁ । ତେଣୁ ଯଦି ଆପଣ ଏସବୁ ଗ୍ୟାଜେଟ୍ ବିଷୟରେ ଜାଣିନାହାନ୍ତି ତାହେଲେ ଏହି ଖବର ମାଧ୍ୟମରେ ଜାଣିନିଅନ୍ତୁ । ଏସବୁକୁ ଆପଣ ମାନେ ଆମାଜନ୍ ହେଉକି ଫ୍ଲିପକାର୍ଟରୁ ସପିଂ କରିପାରିବେ ଓ ସହଜରେ ଖୋଜି ପାଇମଧ୍ୟ ପାରିବେ ।

ସେହିଭଳି କିଛି ଗ୍ୟାଜେଟ୍ ହେଲା LKMO Octopus Gorilla Tripod । ଏହା ଏକ ଅଫୋର୍ଡେବଲ୍ ଟ୍ରାଇପଡ୍ । ଫଟୋଗ୍ରାଫୀ ପାଇଁ ଆପଣ ମାନେ ଖୁବ୍ କମ୍ ଟଙ୍କାରେ କିଣିପାରିବେ । ଏହାର ହାଇଟ୍ ୧୩ ଇଞ୍ଚ୍ । ଡିଜାଇନ୍ ଓ ଓଜନ ଅନୁସାରେ, ଏହା ଟ୍ରାଭେଲ୍ ଫ୍ରେଣ୍ଡଲୀ ଟ୍ରାଇପଡ୍ । ଏହାସହ ଆପଣ ମାନେ ସ୍ମାର୍ଟଫୋନ୍ କିମ୍ବା ଡିଏସଏଲଆର୍ କ୍ୟାମେରା ବି ବ୍ୟବହାର କରିପାରିବେ ।

ଆଉ ଗୋଟିଏ ହେଉଛି Frittle Pen Stand/Bluetooth Speaker । ଏହି ପେନ୍ ଷ୍ଟାଣ୍ଡ ଆପଣଙ୍କ ପାଇଁ ବ୍ଲୁଟୁଥ୍ ସ୍ପିକର୍ ପରି କାମ କରିପାରିବ । ଏହାକୁ ଆପଣ ମାନେ ଯେକୌଣସି ଇ-କମର୍ସ ସାଇଟ୍ ରୁ ୫୦୦ ଟଙ୍କା ଭିତରେ କିଣିପାରିବେ । ଏହା ଏକ ସ୍ପିକର୍ ଷ୍ଟେରିଓ ସାଉଣ୍ଡ ଓ କଲ୍ ପାଇଁ ବିଲ୍ଟ-ଇନ୍ ମାଇକ୍ରୋଫୋନ୍ ସହିତ ଆସିଥାଏ ।

ସେହିପରି ଯଦି ଆପଣ ମାନେ ଅଧିକାଂଶ ଗୁଗୁଲ ମ୍ୟାପ୍ ବ୍ୟବହାର କରୁଛନ୍ତି ତେବେ ଏହି ଗ୍ୟାଜେଟ୍ ଆପଣଙ୍କ ପାଇଁ ଖୁବ୍ କାମରେ ଆସିବ । ଏହା ହେଉଛି AmazonBasics Universal Bike Phone Mount Holder । ଏହାକୁ ଆପଣ ନିଜ ବାଇକ୍ ସହିତ ଫିକ୍ସ କରି ଫୋନ୍ ରଖି ବ୍ୟବହାର କରିପାରିବେ ଓ ଖୁବ୍ ସହଜରେ ଗୁଗୁଲ ମ୍ୟାପ୍ ର ବ୍ୟବହାର କରିପାରିବେ ।

All in one Combo Card Reader ହେଉଛି ଏକ ବଜେଟ୍ ଫ୍ରେଣ୍ଡଲୀ ଗ୍ୟାଜେଟ୍ । ଆପଣ ଏଥିରେ ମଲ୍ଟିପଲ୍ ମେମୋରୀ କାର୍ଡ ରିଡର୍ କମ୍ପେକ୍ଟ ପୋର୍ଟେବଲ୍ ଡିଜାଇନ୍ ସହିତ ଆସିଥାଏ । ବିଭିନ୍ନ ପ୍ରକାର କାର୍ଡ ଯେପରି ଫ୍ଲାସ୍ କାର୍ଡ, ଏମଏସ୍, ଏମଏସ୍ ପ୍ରୋ, ଏମଏସ୍ ଡୁଓ, ମିନି ଏସଡି, ଏସଡି, ଏମଏମସି, ଆରଏସ୍ ଏମଏମସି ଓ ମାଇକ୍ରୋ ଏମଏସ୍ ଭଳି କାର୍ଡକୁ ସପୋର୍ଟ କରେ । ଏହାକୁ ଲାପଟପ୍ ରେ ଲଗାଇ କନେକ୍ଟ କରାଯାଇପାରିବ ।

Get real time updates directly on you device, subscribe now.