fbpx

ଥରେ ନୁହେଁ କି ଦୁଇଥର ନୁହେଁ, ୧୧୭ ଥର ଚାଲାଣ କଟିଲା ପରେ ବି ଫାଇନ୍ ଭରିଲେନି ସ୍କୁଟି ଚାଳକ, ଏହାପରେ ପୋଲିସ…

ନୂଆଦିଲ୍ଲୀ: ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଆପଣଙ୍କର ଚାଲାଣ କଟେ, ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଏହା ଖୁବ୍ ବାଧିଥାଏ । ଥରେ ଭାବନ୍ତୁ ତ, ଯଦି ଜଣଙ୍କର ୧୧୭ ଥର ଚାଲାଣ କଟିବ, ତେବେ କ୍ଷେତ୍ରରେ କ’ଣ ଘଟିଥିବ । ହାଇଦବ୍ରାଦ ଟ୍ରାଫିକ ପୋଲିସ ଏପରି ଜଣେ ସ୍କୁଟି ଚାଳକଙ୍କୁ ଧରିବାରେ ସକ୍ଷମ ହୋଇଛି, ଯାହାର କି ୭ ବର୍ଷ ମଧ୍ୟରେ ୧୧୭ ଥର ଚାଲାଣ କଟିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ଥର ସେ ପୋଲିସକୁ ଚକମା ଦେବାରେ ସକ୍ଷମ ହୋଇଛି । ଏବେ ସୁଦ୍ଧା ଉକ୍ତ ସ୍କୁଟି ଚାଲକଙ୍କ ନାମରେ ୩୦ ହଜାର ଟଙ୍କା ଜରିମାନା ଲାଗୁ ହୋଇସାରିଛି ।

ଜଣାପଡ଼ିଛି ଯେ, ଫରୀଦ ଖାନ ନାମକ ଜଣେ ସ୍କୁଟି ଚାଳକଙ୍କୁ ନାମପଲ୍ଲୀ ନିକଟରୁ ପୋଲିସ ଧରିଥିଲା । ତେବେ ପଞ୍ଜୀକରଣ ଯାଞ୍ଚ କରିବା ପରେ ଫରୀଦଙ୍କ ଗାଡ଼ିର ୨୯ ହଜାର ୭୨୦ ଟଙ୍କାର ଚାଲାଣ କଟିଥିବା ଟ୍ରାଫିକ ପୋଲିସ ଜାଣିପାରିଥିଲା । ଗତ ୭ ବର୍ଷ ମଧ୍ୟରେ ଫରୀଦ ଗାଡ଼ିର କୌଣସି ଚାଲାଣ ଭରିନାହାନ୍ତି । ଏହି ଘଟଣାରେ ପୋଲିସ ସ୍କୁଟିକୁ ଜବତ କରିବା ସହ ଏକ ଲମ୍ବା ଚାଲାଣ କାଟିଛି । ଏଥିସହ ଉକ୍ତ ଫାଇନ୍ ଭରି ସ୍କୁଟି ନେଇଯିବାକୁ ପୋଲିସ ପକ୍ଷରୁ ନୋଟିସ୍ ପଠାଯାଇଛି । ଚାଲାଣ ନ ଭରିଲେ ଉକ୍ତ ଗାଡ଼ିକୁ ଜବତ କରିବା ପାଇଁ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.