fbpx

ଭିକାରୀର ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର ଲୋକ, ପଢ଼ନ୍ତୁ ପୂରା ଖବର…

ନୂଆଦିଲ୍ଲୀ: ଏବେବି ବଞ୍ଚିଛି ମାନବିକତା । ଆଜିର ସମାଜରେ ଯେଉଁଠି ଭାଇ ଭାଇକୁ ପଚାରୁନି ପୁଅ ନିଜ ବାପା ମା’ଙ୍କୁ ପଚାରୁନାହାଁନ୍ତି, ଏଭଳି ସ୍ଥିତିରେ ଜଣେ ଭିକାରୀର ଶେଷକୃତ୍ୟ କରିବାକୁ ଲୋକମାନେ ଆଗେଇ ଆସିବା ଖୁବ୍ ବିରଳ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଯାହ ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ବିଜନଗର ଜିଲ୍ଲାର ହୁଭିନା ହାଦଗଲି ସହରର ଲୋକମାନେ ହୁଚ୍ଚା ବସ୍ୟା ନାମକ ଜଣେ ଭିକାରୀର ଶେଷକୃତ୍ୟ କରିଛନ୍ତି । ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଭିକାରୀଟିର ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାରରେ ପାଇଁ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗଦେଇଥିଲେ ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିକାରୀ ଜଣକ ମାନସିକ ରୋଗରେ ପୀଡିତ ଥିଲେ, ସେ ଲୋକଙ୍କ ଠାରୁ କେବଳ ୧ଟଙ୍କା ଭିକ ହିଁ ନେଉଥିଲେ ଏବଂ ବାକି ଟଙ୍କା ଫେରାଇଦେଉଥିଲେ । ଏମିତିକି ତାଙ୍କୁ ବାଧ୍ୟ କଲେ ମଧ୍ୟ ଫେରାଇଦେଉଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଦୋକାନୀ, ଅନେକ ସଂସ୍ଥା ଏବଂ ସାଧାରଣ ଲୋକମାନେ ତାଙ୍କର ଶେଷକୃତ୍ୟ ପାଇଁ ଆଗେଇ ଆସିଥିଲେ । ଲୋକଙ୍କ କହିବା ଅନୁଯାୟୀ ହୁଚ୍ଚାଙ୍କୁ ଭିକ ଦେବା ସେମାନଙ୍କ ପାଇଁ ଶୁଭ ହୋଇଥାଏ ।

Get real time updates directly on you device, subscribe now.