fbpx

ଫୋନ ପେ କିମ୍ବା ୟୁପିଆଇ ଆଡ୍ରେସ ନାହିଁ ! ତେବେ ଆଧାର ନମ୍ବରରେ ପଠାଇ ପାରିବେ ଟଙ୍କା, ଏମିତି ହେବ ପୂରା କାମ

ନୂଆଦିଲ୍ଲୀ : ଆଧାର ଭାରତର ସବୁଠୁ ଗୁରୁତ୍ୱପୂ୍ର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ । ଆପଣ ଆଧାର କାଡର୍ର ବ୍ୟବହାର ଅନେକ ସରକାରୀ ଏବଂ ଘରୋଇ କାମରେ ଜରୁରୀ ଦସ୍ତାବିଜ ଭାବେ କରିଥିବେ । ହେଲେ ଏବେ ଆପଣ ଆଧାର କାର୍ଡ ନମ୍ବରରେ ପେମେଣ୍ଟ ମଧ୍ୟ କରିପାରିବେ । ଆପଣ ଚିନ୍ତା କରୁଥିବେ ଯେ, ଏହା କେମିତି ହେବ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା…

ୟୁଆଇଡିଏଆଇ ଅନୁଯାୟୀ, ଭୀମ ୟୁଜର୍ସ ଆଧାର କାର୍ଡ ନମ୍ବରର ଉପଯୋଗ କରି ଆପଣ ଏମିତି ଲୋକଙ୍କୁ ଟଙ୍କା ପଠାଇ ପାରିବେ ଯାହାଙ୍କ ପାଖରେ ଫୋନ କିମ୍ବା ୟୁପିଆଇ ଆଡ୍ରେସ ନାହିଁ । ଆପଣ BHIM ଉପଯୋଗକାରୀଙ୍କ ଆଧାର କାର୍ଡ ନମ୍ବର ବ୍ୟବହାର କରି ପଇସା ପଠାଇ ପାରିବେ । କରୋନା ଭାଇରସ ପ୍ରକୋପ ପରେ ଭାରତରେ ଡିଜିଟାଲ ପେମେଣ୍ଟ କାରବାର ବଢ଼ିଛି । ହେଲେ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାର ଲାଭ ନେଇପାରିନାହିଁନ୍ତି । ଏମିତି ଲୋକ ଯେଉଁମାନଙ୍କ ପାଖରେ କୌଣସି ସ୍ମାର୍ଟଫୋନ କିମ୍ବା ୟୁପିଆଇ ଆଡ୍ରେସ ନାହିଁ, ଯେଉଁ କାରଣୁ ଟଙ୍କା ପଠାଇବା ମୁସ୍କିଲ ହୋଇଯାଏ । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ୟୁଆଇଡିଏଆଇ କହିଛି ଯେ ଯେଉଁମାନେ ଭୀମ ଆପ ବ୍ୟବହାର କରୁଛନ୍ତି ସେମାନେ ବିନା ୟୁପିଆଇ ଆଡ୍ରେସ ଥିବା ବ୍ୟକ୍ତିଙ୍କ ଆଧାର ନମ୍ବର ଦ୍ୱାରା ଟଙ୍କା ପଠାଇପାରିବେ ।

ଆଧାର ନମ୍ବର ଉପେଯାଗ କରି ଟଙ୍କା ପଠାଇବା ପାଇଁ ଭୀମ ଉପେଯାଗକାରୀଙ୍କୁ ଲାଭାର୍ଥୀଙ୍କ ୧୨ ଅଙ୍କ ୟୁନିକ୍ ଆଧାର ନମ୍ବର ଦେବା ସହ ଭେରିଫାଇ ବଟନ ଦବାଇବାକୁ ପଡିବ । ଏହା ପରେ ସିଷ୍ଟମ ଆଧାର ଲିଙ୍କିଙ୍ଗକୁ ଭେରିଫାଇ କରିବା ସହ ଲାଭାର୍ଥୀଙ୍କ ଆଡ୍ରେସକୁ ପପ୍ୟୁଲେଟ କରିବାକୁ ପଡିବ । ପୁଣି ଉପଯୋଗକାରୀ ୟୁଆଇଡିଏଆଇ ଦ୍ୱାରା ପ୍ରଦାନ ସୂଚନା ଅନୁଯାୟୀ ଟଙ୍କା ପଠାଇ ପାରିବେ ।

ୟୁଆଇଡିଏଆଇ ଅନୁଯାୟୀ, ଏହି ଟଙ୍କା ପ୍ରାପ୍ତକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯିବ । ଯଦି କୌଣସି ବ୍ୟକ୍ତିଙ୍କ ଗୋଟିଏରୁ ଅଧିକ ବ୍ୟାଙ୍କ ଖାତା ରହିଛି ତେବେ ଏମିତି ସ୍ଥିତିରେ ତେବେ ସମସ୍ତ ଖାତାକୁ ଡିଜିଟାଲ ନେଣଦେଣ ପାଇଁ ବ୍ୟବହାର କରାଯାଇ ପାରିବ । ଏମିତି ସ୍ଥିତିରେ ଆପଣ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଚୟନ କରିବେ ସେହି ଆକାଉଣ୍ଟକୁ ଟଙ୍କା ଚାଲିଯିବ।

Get real time updates directly on you device, subscribe now.