fbpx

ଉହାନର ପଶୁ ବଜାରରେ ମିଳିଥିଲା ପ୍ରଥମ କୋଭିଡ-୧୯ ମାମଲା, ‘WHO’ର ଖୁଲାସା

ନୂଆଦିଲ୍ଲୀ: ଉହାନର ପଶୁ ମାର୍କେଟରୁ ପ୍ରଥମ କୋଭିଡ୍ ମାମଲା ମିଳିଥିବା ନେଇ ଖୁଲାସା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଯାଞ୍ଚରୁ ଜଣାପଡ଼ିଛି ଯେ ଚୀନର ଉହାନ ପଶୁ ମାର୍କେଟରେ ଜଣେ ବ୍ୟବସାୟୀ କୋଭିଡ ସଂକ୍ରମିତ ହୋଇଥିଲେ । ସେ ଜଣେ ମହିଳା ଥିଲେ ଏବଂ ଥୋକ ବଜାରରେ କାମ କରୁଥିଲେ ।

ଆମେରିକା ଖବର କାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହିଠାରୁ ୨୦୧୯ ଶେଷ ଭାଗରେ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଆରିଜୋନା ୟୁନିଭର୍ସିଟିରେ ଇକୋଲୋଜୀ ବିଭାଗର ମୁଖ୍ୟ ମାଇକେଲ ବୋରୋବି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କୋଭିଡର ପ୍ରଥମ ରୋଗୀ ଜଣେ ଆକାଉଣ୍ଟାଣ୍ଟଙ୍କୁ କୁହାଯାଉଥିଲା କିନ୍ତୁ ଏହି ଗବେଷଣାରୁ ଜଣାପଡ଼ିଛି ଯେ ପ୍ରଥମେ ପଶୁ ମାର୍କେଟରେ କାମ କରୁଥିବା ମହିଳାଙ୍କୁ ହିଁ କରୋନା ହୋଇଥିଲା । ନିକଟରେ ପ୍ରକାଶିତ ହୋଇଥିବା ସାଇନ୍ସ ଜର୍ଣ୍ଣାଲରେ ଏହି ଗବେଷଣା ବିଷୟରେ ପ୍ରକାଶିତ ।

ମାଇକେଲ ବୋରୋବି ହୁ’ର ବିଶେଷଜ୍ଞ ଦଳରେ ସାମିଲ ଅଛନ୍ତି । ତାଙ୍କ ସହ ଦୁନିଆର ଅନେକ ବିଶେଷଜ୍ଞ ଡାକ୍ତର ମଧ୍ୟ ଅଛନ୍ତି । ତାଙ୍କ ଟିମ୍ ଗବେଷଣାରୁ ଏହି ତଥ୍ୟ ଜାଣିବାକୁ ପାଇଥିଲେ । ଅବଶ୍ୟ ଏବେବି କିଛି ଏକ୍ସପର୍ଟ ଏହି କଥାରେ ସହମତ ନୁହଁନ୍ତି । ସେମାନେ କହିଛନ୍ତି ଯେ କରୋନା ଉହାନରୁ ଆରମ୍ଭ ହୋଇଥିଲା । ଏହି ମହିଳା ସଂକ୍ରମିତ ହୋଇଥାଇପାରନ୍ତି କିନ୍ତୁ ପଶୁ ମାର୍କେଟରୁ କରୋନା ବ୍ୟାପିବା ଉପରେ ଏହା ଏବେବି ଯାଞ୍ଚର ବିଷୟ ।

 

Get real time updates directly on you device, subscribe now.