fbpx

କୃଷି ଆଇନ ପ୍ରତ୍ୟାହରକୁ ନେଇ ଖପ୍ପା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କହିଲେ ବଡ଼ କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାଉପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଏହି ନିଷ୍ପତ୍ତି ଏଥିପାଇଁ ନିଅଯାଇଛି କାରଣ ସରକାର ବିରୋଧ କରୁଥିବା ଚାଷୀଙ୍କୁ ତିନି କୃଷି ଆଇନର ଲାଭ ବିଷୟରେ ବୁଝାଇବାରେ ଅସଫଳ ହୋଇଛନ୍ତି ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସଂସଦ ଦ୍ୱାରା ପାରିତ ତିନି ବିଧେୟକ ଆଣିଥିଲେ । ଏହାଦ୍ୱାର କୃଷକଙ୍କୁ ଲାଭ ହୋଇଥାନ୍ତା । କିନ୍ତୁ ଚାଷୀଙ୍କୁ ଏହାର ଲାଭ ବିଷୟରେ ବୁଝାଇବାରେ ବିଫଳ ହୋଇଥିବାରୁ ଦୁଃଖିତ । ମନ୍ତ୍ରୀ କହିଛନ୍ତି ସରକାର କୃଷକ କଲ୍ୟାଣ ଏବଂ କୃଷି କ୍ଷେତ୍ର ର ବିକାଶ ପାଇଁ ପ୍ରତିବଦ୍ଧ । ତୋମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଶୂନ୍ୟ ବଜେଟ ଚାଷ, ଏମଏସପି ଏବଂ ଫସଲର ବିବିଧକରଣ ସହ ଜଡ଼ିତ ମାମଲା ସହ ସମାଧାନ କରିବାକୁ ଏକ ସମିତି ତିଆରି କରାଯିବ । ସମିତିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଚାଷୀ, କୃଷି ବୈଜ୍ଞାନିକ ଏବଂ ଅର୍ଥଶାସ୍ତ୍ରୀ ସାମିଲ ରହିବେ ।

Get real time updates directly on you device, subscribe now.