fbpx

ନା ସ୍କର୍ଟ, ନା ପ୍ୟାଣ୍ଟ୍; ଏହି ସ୍କୁଲରେ ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ‘ଜେଣ୍ଡର୍ ନ୍ୟୁଟ୍ରାଲ୍’ ୟୁନିଫର୍ମ

ନୂଆଦିଲ୍ଲୀ: କେରଳର ଏର୍ନାକୁଲାମ ଜିଲ୍ଲାର ଭାଲୟନଞ୍ଚିରଙ୍ଗାରାସ୍ଥିତ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ୟୁନିଫର୍ମ ପିନ୍ଧିବାର ସ୍ୱାଧୀନତା ଦେଇ ଲିଙ୍ଗ ନିରପେକ୍ଷତା ପାଇଁ ବାଟ କଢ଼ାଇଛି। ଏଠାକାର ପିଲାମାନେ ବର୍ତ୍ତମାନ ଠାରୁ ବିଦ୍ୟାଳୟରେ ଲିଙ୍ଗ ନିରପେକ୍ଷ ପୋଷାକ ପିନ୍ଧିବେ । ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ୨୦୧୮ ରେ ଏପରି ଏକ ସମାନ ନୀତି ପ୍ରଣୟନ କରିଥିଲେ, ଯେଉଁଥିରେ ଛାତ୍ରଛାତ୍ରୀମାନେ ସାର୍ଟ ଏବଂ ତିନି-କ୍ୱାର୍ଟର ଟ୍ରାଉଜର ପିନ୍ଧୁଛନ୍ତି । ଏହି କାରଣରୁ, ସେମାନଙ୍କର କ୍ରୌଣସି ପ୍ରକାରର କାର୍ୟ୍ୟକଳାପ କରିବାରେ କିଛିବି ଅସୁବିଧା ହୁଏ ନାହିଁ ଏବଂ ପିଲାମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ।

୨୦୧୮ ଏହି ନିୟମ ଲାଗୁ କରିବା ସମୟରେ ପ୍ରଧାନ ଶିକ୍ଷକ କହିଥିଲେ ଯେ, ଏହି ସ୍କୁଲରେ ନୂତନ ନିୟମ ଆଣିବା କ୍ରମରେ ଅନେକ ଗୁଡ଼ିଏ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ସେ ସମୟରେ ଲିଙ୍ଗ ନିରପେକ୍ଷତା ପ୍ରସଙ୍ଗ ଉଠିଥିଲା । ସେତେବେଳେ ପ୍ରଧାନ ଶିକ୍ଷକ ଏ ଦିଗରେ କଣ କରାଯିବ ବୋଲି ଚିନ୍ତା କରିଥିଲେ ଓ ଏହି ନିଷ୍କର୍ଷରେ ପହଞ୍ଚିଥିଲେ । ଛାତ୍ରୀ ମାନଙ୍କୁ ସ୍କର୍ଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ଏହି ଜେଣ୍ଡର୍ ନ୍ୟୁଟାଲ୍ ୟୁନିଫର୍ମ କଥା ତାଙ୍କ ମୁଣ୍ଡକୁ ଆସିଥିଲା ଓ ଏଥିରେ ୯୦ ପ୍ରତିଶତ ପିଲାଙ୍କ ବାପା-ମାଆ ଏହାକୁ ସମର୍ଥନ କରିଥିଲେ । ଆଉ ଏବେ ଏପରି ନିୟମ ପାଇଁ ବିଦ୍ୟାଳୟଟି ଚର୍ଚ୍ଚାର ପରିସରକୁ ଆସିଛି ।

ବିଦ୍ୟାଳୟଟି ୧୫୦ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଛି । ଲିଙ୍ଗ ନିରପେକ୍ଷତାକୁ ନେଇ ଏହି ନିୟମ ଲାଗୁ କରିବା ଉପରେ ପିଲାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଅଭିଭାବକ ମାନେ ହଁ ଭରିଥିଲେ । ଛାତ୍ର ଓ ଛାତ୍ରୀଙ୍କ ସମାନ ନିୟମ ଏହି ସ୍କୁଲରେ ଲାଗୁ କରାଯାଇଛି ।

Get real time updates directly on you device, subscribe now.