fbpx

ଏତେ ସାହସ ଆସିଲା କେଉଁଠୁ! ଇମ୍ରାନ ଖାନଙ୍କୁ ବଡ଼ଭାଇ ସମ୍ବୋଧନ କଲେ ସିଦ୍ଧୁ, ଘଟଣା ପଛରେ ରାହୁଲଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ପାକିସ୍ତାନର କରତାରପୁରରେ ପହଞ୍ଚିବା ପରେ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସମ୍ପର୍କ ଖରାପ ଥିଲେ ହେଁ ଏହାକୁ ତିଳେ ହେଲେ ଖାତିର କରିନାହାନ୍ତି ସିଦ୍ଧୁ । ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କଠାରୁ ବହୁତ ଭଲପାଇବା ପାଇଥିବା ପ୍ରକାଶ କରିଛନ୍ତି ।

ତେବେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଗତକାଲି ପାକିସ୍ତାନର କରତାରପୁରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସିଦ୍ଧୁଙ୍କ ଉପରେ ପୁଷ୍ପବୃଷ୍ଟି କରାଯିବା ସହ ସ୍ୱାଗତ କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ସିଦ୍ଧୁ ବିମୋହିତ ହୋଇ ଇମ୍ରାନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ବିବାଦ ଉଠିଛି । ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି । ଏହି ଘଟଣା ପଛରେ ରାହୁଲ ଗାନ୍ଧୀଙ୍କ ପରୋକ୍ଷ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରା । ଜଣେ କ୍ରିକେଟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଇମ୍ରାନଙ୍କ ସହ ସିଦ୍ଧୁଙ୍କର ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଦୋସ୍ତି ଆରମ୍ଭ ହୋଇଥିଲା । ତେବେ ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ସମସ୍ତ ବିରୋଧ ପରେ ବି ସିଦ୍ଧୁ କପଟୀ ପାକିସ୍ତାନର ଇମ୍ରାନଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ବାରମ୍ବାର ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ଜନମାନସରେ ପରିସ୍ଫୁଟିତ ହେଉଛି ।

Get real time updates directly on you device, subscribe now.