fbpx

ଭର୍ଚୁଆଲ ଶୁଣାଣି ବେଳେ ଗଞ୍ଜି ପିନ୍ଧି ହଜାର ହେବା ପଡ଼ିଲା ମହଙ୍ଗା, ୧୦ହଜାର ଟଙ୍କାର ଜୋରିମାନା ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଭଚୁଆର୍ଲ ଶୁଣାଣି ବେଳେ ଗଞ୍ଜି ପିନ୍ଧି ଆସିବାରୁ ଜଣେ ବ୍ୟକ୍ତିଙ୍କ ଉପରେ ଅଦିଲ୍ଲୀ ହାଇକୋର୍ଟ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଛି । ମାମଲାର ଶୁଣାଶି ଭର୍ଚୁଆଲ ମୋଡରେ କରାଯାଉଥିଲା । ଏହି ସମୟରେ ଆବେଦନକାରୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ ୧୦ ହଜାର ଟଙ୍କାର ଫାଇନ୍ ଲଗାଇଛନ୍ତି । ଆଦେଶ ମୁତାବକ, ସେ ଏହି ୍ର୧୦ ହଜାର ଟଙ୍କାକୁ ଦିଲ୍ଲୀ ହାଇକୋର୍ଟର ଆଇନ ସେବା କମିଟି ପାଖରେ ଜମା କରିବାକୁ ହେବ ।

ଅଦାଲତ ପକ୍ଷରୁ ଏକ ବୈବାହିକ ବିବାଦ ସମ୍ବର୍ଦ୍ଧିତ ଏଫଆଇଆର୍ ରୁ ରଦ୍ଦ କରିବାକୁ ଆବେଦନ କରାଯାଇଥିବା ମାମଲାର ଶୁଣାଣି କରିବା ବେଳେ ଏହି ଆଦେଶ ଦେଇଛନ୍ତି । ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଜୋରିମାନା ଲଗାଯାଇଛି ତାଙ୍କ ବିରୋଧରେ ତାଙ୍କ ପତ୍ନୀ ପାରିବାରିକ କଳହର ଅଭିଯୋଗ ଆଣିଛନ୍ତି ।

ଜଷ୍ଟିସ ରଜନୀଶ ଭଟନଗର ଏକ ଆଦେଶରେ କହିଛନ୍ତି ଯେ କୋର୍ଟରେ ଆବେଦନକାରୀ ନମ୍ବର ୫ର ନ୍ୟାୟାଳୟ ସମ୍ମୁଖରେ ହାଜର ହେବାର ଆଚରଣ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏହି ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ ହେଉଥିଲେ ମଧ୍ୟ ସେ ଉପଯୁକ୍ତ ପୋଷାକରେ କୋର୍ଟରେ ହାଜର ହେବା ଉଚିତ୍।

ଦୁଇପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସରେ ନିଜ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବାକୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ମଧ୍ୟ ଆବେଦନକୁ ସ୍ୱୀକାର କରିଥିଲେ ଓ ୨୦୧୯ରେ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ୍ ପୋଲିସ୍ ଷ୍ଟେସନ୍ ରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିଥିଲେ । ତେବେ କରୋନା ମହାମାରୀ ସମୟରେ ଅଧିକାଂଶ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ କରାଯାଉଛି । ହେଲେ ଭର୍ଚୁଆଲ ଶୁଣାଣି ଆରମ୍ଭ ହେବାପରେ ପୋଷାକକୁ ନେଇ ଏଭଳି ଜୋରିମାନା ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି ।

 

Get real time updates directly on you device, subscribe now.