fbpx

୫ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲା ସମବାୟ କର୍ମଚାରୀ ସଂଘର ଧାରଣା

କେନ୍ଦୁଝର ଜିଲ୍ଲା ସମବାୟ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଶନିବାର ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କର୍ମଚାରୀ ସଂଘର ଦାବାଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଥିବା ବେଳେ ସମବାୟ କର୍ମଚାରୀ ସଂଘର ଯୁକ୍ତିଯୁକ୍ତ ଦାବିକୁ ପୂରଣ କରିବାକୁ ଦାବି କରାଯାଇଛି ।

ସଂଙ୍ଘ କରିଥିବା ଦାବିଗୁଡିକ ମଧ୍ୟରେ ନିବନ୍ଧକ ସମବାୟ ସମିତି ସମୂହ ଓଡ଼ିଶାଙ୍କ ପତ୍ର ସଂଖ୍ୟା-୧୪୩୯୨-ତାରିଖ ୩୦/୦୯/୨୦୨୧ଙ୍କୁ ସଂପୂର୍ଣ୍ଣ ରୂପେ ରଦ୍ଧ କରି ଉକ୍ତ ପଦନୀରେ ସମସ୍ତ ସେବା ସମବାୟ ସମିତି କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯିବା  ।  ଚାଷୀ ଧାନ ବିକ୍ରୟ, ପଞ୍ଜିକରଣ ଓ ଧାନ କ୍ରୟକୁ ନେଇ ଦୋଷାରୋପ କରି ସଂପାଦକ ଓ ଡିଇଓମାନଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି କାର୍ୟ୍ୟରେ ଯୋଗ ଦେବା ପାଇଁ ଆଦେଶ ଦେବା, ଜିଲ୍ଲାରେ କାର୍ୟ୍ୟରତ ସଂପାଦକ, ସହ ସଂପାଦକ, ୱାଚର, ପିଅନ, ଡିଇଓମାନଙ୍କ ସମାନ କାମକୁ ସମାନ ଦରମା ପ୍ରଦାନ ଆର୍‌ସିଏସ୍ ( ଓ ) ଙ୍କୁ ପତ୍ର ହିସାବରେ ସମସ୍ତ ବିଭାଗରେ ଏଚ୍ଆର୍ ପଲିସି ୨୦୧୦ ପ୍ରଦାନ କରିବା, ସରକାରଙ୍କ ସପ୍ତମ ବେତନ କମିସନ ହିସାବରେ କର୍ମଚାରୀମାନଙ୍କ ବର୍ଦ୍ଧିତ ଡିଏ ଆଦି ଦାବି କରାଯାଇଛି ।

 

 

Get real time updates directly on you device, subscribe now.