fbpx

ବାହାଘର ଖର୍ଚ୍ଚ କମ୍ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବିବାହ ସିଜିନ ଆରମ୍ଭ ହୋଇଯାଇଛି । ଆଉ ବିବାହ କାର୍ଯ୍ୟରେ ଅଧିକ ଟଙ୍କା ତ ଖର୍ଚ୍ଚ ନିଶ୍ଚୟ ହୋଇଥାଏ । ସବୁକିଛି ଭଲରେ ହେବା ପାଇଁ ହେଉ କିମ୍ବା ଆଶା ପୂରଣ କରିବା ପାଇଁ ଲୋକେ ଧାର କରଜ ମଧ୍ୟ କରିଥାନ୍ତି । ଏହି ପରିସ୍ଥିତିରେ ଯଦି ଆପଣ ବୁଦ୍ଧିମାନର ସହ କାମ କରୁଛନ୍ତି ତେବେ ଆପଣଙ୍କ ଖର୍ଚ୍ଚ ଅନେକାଂଶରେ କମିଯିବ । ଯଦି ଆପଣଙ୍କ ଘରେ କିମ୍ବା ବନ୍ଧୁଙ୍କ ଘରେ କାହାର ବିବାହ ହେବାକୁଯାଉଛି ତେବେ ଏହି କିଛି ଉପାୟ ଦ୍ୱାରା ଖର୍ଚ୍ଚ କମାଇପାରିବେ ।

ୱେଡିଙ୍ଗ୍ ହଲ୍ ବୁକିଂ- ଶୀତ ଦିନରେ ସାଧାରଣତଃ ଅଧିକାଂଶ ଲୋକ ମ୍ୟାରେଜ ହଲରେ ବିବାହ ଆୟୋଜନ କରିଥାନ୍ତି । କିନ୍ତୁ ବିବାହ କିଛି ଦିନ ପୂର୍ବରୁ କିମ୍ବା ଗୋଟିଏ ଦିନ ପୂର୍ବରୁ ବୁକିଂ କରିବା ଆପଣଙ୍କୁ ଭାରି ପଡ଼ିପାରେ । ଏଥିପାଇଁ ବୁକିଂ ଅଫ୍ ସିଜିନରେ ହିଁ କରିବା ଦ୍ୱାରା ଆପଣଙ୍କୁ ଶସ୍ତା ପଡ଼ିପାରେ । ଏମିତିରେ ଯେଉଁମାନେ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ବିବାହ କରିବାକୁ ଚାହୁଛନ୍ତି ସେମାନଙ୍କୁ ଏବେ ୱେଡିଙ୍ଗ୍ ହଲ ବୁକ୍ କରିବା ଭଲ ହେବ ।

ୱେଡିଙ୍ଗ ପ୍ଲାନର: ବିବାହ ଡେକୋରେସନ, କ୍ୟାଟେରିଙ୍ଗ, ଲୋକେସନ, ଡିଜେ, ଏବଂ ମେକଅପ ଆର୍ଟିଷ୍ଟ ପାଇଁ ୱେଡିଙ୍ଗ ପ୍ଲାନରଙ୍କ ସହ କଥାହେବା ଭଲ ହୋଇପାରେ । ଏହା ସହ ସେମାନେ ଆପଣଙ୍କୁ ଆପଣଙ୍କ ବଜେଟ ଅନୁଯାୟୀ ହିଁ ଉପଦେଶ ଦେଇଥାନ୍ତି । ସେମାନଙ୍କୁ ବିବାହ ପାଇଁ ଆବଶ୍ୟକ ହେଉଥିବା ଜରୁରୀ ସାମଗ୍ରୀର ରେଟ୍ ମଧ୍ୟ ଜଣାଥାଏ ।

ମେକଅପ କିଟ୍: କନ୍ୟା ମେକଅପ ପାଇଁ ମେକଅପ ଆର୍ଟିଷ୍ଟଙ୍କ ସାହଯ୍ୟ ନେବା ଭଲ କଥା କିନ୍ତୁ ମନେ ରଖନ୍ତୁ ଯଦି କୌଣସି ମେକଅପ ଆର୍ଟିଷ୍ଟ ମେକଅପ ପାଇଁ ତାଙ୍କର ସାମଗ୍ରୀ ସହ ମେକଅପ କରୁଛନ୍ତି ତେବେ ସେ ଏଥିପାଇଁ ଅଧିକ ଟଙ୍କା ନେଇପାରନ୍ତି । କିନ୍ତୁ ଯଦି ଆପଣ ନିଜର ମେକଅପ କିଟ୍ ବ୍ୟବହାର କରିପାରିବେ ଏବଂ ଆର୍ଟିଷ୍ଟ ଆପଣଙ୍କ କିଟ୍ ବ୍ୟବହାର କରିବା ଦ୍ୱାରା ଖର୍ଚ୍ଚ କମ ହୋଇପାରିବ ।

ଶୀତ ଦିନ ହିସାବରେ କରନ୍ତୁ ଖାଦ୍ୟ ଚୟନ: ଆପଣ ସେହି ଖାଦ୍ୟକୁ ମେନ୍ୟୁରୁ ହଟାଇପାରିବେ ଯାହାର ଆବଶ୍ୟକ ଶୀତଦିନରେ ହୋଇନଥାଏ । ଯଦି ଆପଣ ଏହିଭଳି ୪-୫ ଆଇଟମ୍ ବାହର କରୁଛନ୍ତି ତେବେ ଆପଣଙ୍କ ଖର୍ଚ୍ଚ କମିପାରିବ । ଏହାକୁ ଆପଣ ଅନ୍ୟକାମରେ ଲଗାଇପାରିବେ ।

ଡିଜିଟାଲ କାର୍ଡ ରେ ନିମନ୍ତ୍ରଣ: ବିବାହରେ ଦାମୀ ନିମନ୍ତ୍ରଣ କାର୍ଡ ଛାପିବା ଅପେକ୍ଷା ଡିଜିଟାଲ କାର୍ଡ ତିଆରି କରନ୍ତୁ ଏବଂ ବନ୍ଧୁ ଏବଂ ସମ୍ପର୍କିୀୟଙ୍କ ପଠାନ୍ତୁ । ଏହା ମଧ୍ୟ ଆଜିକାଲି ଟ୍ରେଣ୍ଡରେ ରହିଛି । ଯଦି ଆପଣ କାର୍ଡ ଛପାଇବାକୁ ଚାହୁଛନ୍ତି ତେବେ ନିଜର ଖାସ ବନ୍ଧୁ ତଥା ଗେଷ୍ଟଙ୍କ ଏକ ଲିଷ୍ଟ ତିଆରି କରନ୍ତୁ ଏବଂ ସେହି ହିସାବରେ କାର୍ଡ ଛାପନ୍ତୁ ।

ଏହି ସମସ୍ତ ଉପାୟ ଛଡ଼ା ଆପଣ ବିବାହ ପାଇଁ ଲେହଙ୍ଗା, ସେରୱାନୀ ଏବଂ ଅଳଙ୍କାର ମଧ୍ୟ ଭଡ଼ାରେ ନେଇପାରିବେ । ଏହାଦ୍ୱାରା ମଧ୍ୟ ଅନେକ ଖର୍ଚ୍ଚ କମହେବ । କାରଣ ସାଧାରଣତଃ ବିବାହ ବସ୍ତ୍ର କେବଳ ଗୋଟିଏ ଥର ହିଁ ପିନ୍ଧିଥାନ୍ତି ।

Get real time updates directly on you device, subscribe now.