fbpx

ଡ୍ରିମଗାର୍ଲଙ୍କୁ ମିଳିଲା ଇଣ୍ଡିଆନ ପର୍ସନାଲିଟି ଅଫ ଦି ଇୟର

ଗୋଆରେ ୫୨ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ । ମହୋତ୍ସବରେ ବିଶିଷ୍ଟ ବଲିଉଡ ଅଭିନେତ୍ରୀ ହେମାମାଳିନୀ ପୁରସ୍କୃତ । ୨୦୨୧ର ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବେ ହେମାମାଳିନୀଙ୍କୁ ପୁରସ୍କାର । ପ୍ରଥମ ଥର ପାଇଁ ମହୋତ୍ସବରେ ଓଟିଟି ପ୍ଲାଟଫର୍ମର ଫିଲ୍ମ ସାମିଲ । ଶନିବାର ଗୋଆରେ ଆରମ୍ଭ ହୋଇଥିବା ଏହି ପର୍ବ ନଭେମ୍ବର ୨୦ ରୁ ନଭେମ୍ବର ୨୮ ପର୍ୟ୍ୟନ୍ତ ଚାଲିବ  । ଏହି କାର୍ଯ୍ୟକ୍ରମରେ ଗୀତିକାର ପ୍ରସୁନ୍ ଯୋଶୀଙ୍କୁ ସମ୍ମାନିତ କରାଯିବ  ।

ସୂଚନାଯୋଗ୍ୟ, ଯେ ଦଶମ ଶ୍ରେଣୀରୁ ହେମା ମଲିନି ଚଳଚ୍ଚିତ୍ର ପାଇଁ ଅଫର ପାଇବା ଆରମ୍ଭ କରିଥିଲେ । ହେମା ବଲିଉଡରେ ଫିଲ୍ମ ‘ସପନୋ କେ ସୌଦାଗର ଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୦ ମସିହାରେ ଆସିଥିବା ଫିଲ୍ମ ‘ଜନି ମେରା ନାମ’ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ଏବଂ ହେମା ମଧ୍ୟ ଏହି ଚଳଚ୍ଚିତ୍ର ସହିତ ହିଟ୍ ହୋଇଥିଲେ । ଏହା ହେମାଙ୍କ କ୍ୟାରିଅରକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା । ୧୯୭୨ ମସିହାରେ ହେମା ଫିଲ୍ମ ‘ସୀତା ଅର ଗୀତା’ରେ ଏକ ଡବଲ ରୋଲରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ  । ଜଣେ ମହାନ ଅଭିନେତ୍ରୀ ହେବା ବ୍ୟତୀତ ହେମା ମଧ୍ୟ ଜଣେ ମହାନ ନୃତ୍ୟଶିଳ୍ପୀ  । ସେ ଭାରତନାଟ୍ୟମ୍, କୁଚିପୁଡି ଏବଂ ଓଡ଼ିଶୀରେ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

 

Get real time updates directly on you device, subscribe now.