fbpx

ପାର୍ଟନରକୁ Sorry ନ କହି ଶେଷ କରନ୍ତୁ ଝଗଡ଼ା, ଆପଣାନ୍ତୁ ଏହି ୫ଟି ସିମ୍ପଲ୍ ଟିପ୍ସ

ଓଡ଼ିଶା ଭାସ୍କର ବ୍ୟୁରୋ: ବୋଧହୁଏ ଏପରି କୌଣସି ସମ୍ପର୍କ ନାହିଁ ଯେଉଁଠି ଲଢ଼େଇ ଝଗଡ଼ା ହେଉନଥିବ । ଖାସ୍ କରି କପଲ୍ ମାନଙ୍କ ମଧ୍ୟରେ ଅନେକ ଜିନିଷକୁ ନେଇ ଝଗଡ଼ା ହେଉଥିବା ଦେଖିବାକୁ ମିଳେ । ହେଲେ ଗୋଟିଏ ବୁଦ୍ଧିମାନ ଦମ୍ପତି ସେମାନଙ୍କ ଝଗଡ଼ାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଟାଣି କି ନିଅନ୍ତି ନାହିଁ । ସେମାନେ ପୁରୁଣା କଥାକୁ ନଧରି କିପରି ଝଗଡ଼ାର ସମାଧାନ ହୋଇପାରିବ ସେ କଥା ଭାବନ୍ତି । ଅନ୍ୟପଟେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ପାର୍ଟନର୍ ଙ୍କ କିଛି କଥା ଆପଣ ମାନଙ୍କୁ ପସନ୍ଦ ଆସେ ନାହିଁ । ଯାହା ଆପଣଙ୍କୁ ଦୁଃଖ ଦେଇଥାଏ । ତେଣୁ କିଛି କଥା ଏପରି ରହିଛି ଯାହା ମାଧ୍ୟମରେ ଆପଣ ନିଜ ପାର୍ଟନର୍ ଙ୍କ ସହ ହୋଇଥିବା ଲଢ଼େଇ-ଝଗଡ଼ାକୁ ଏଡ଼ାଇ ଦେଇପାରିବ । ତେବେ ଚାଲନ୍ତୁ ଜାଣିବା ସବୁ କଣ ,…

୧. ପ୍ରଥମ କଥା ହେଲା ଆପଣ ନିଜ ପାର୍ଟନର୍ ଙ୍କୁ କ୍ଷମା କରିଦିଅନ୍ତୁ । ଝଗଡ଼ା ପରେ ଆପଣ ଯଦି ଚାହୁଁଛନ୍ତି ସବୁ କିଛି ସମସ୍ୟାର ସାମଧାନ ହୋଇଯାଉ, ତେବେ ଆପଣ ନିଜ ପାର୍ଟନର୍ ଙ୍କୁ କ୍ଷମା କରିଦିଅନ୍ତୁ ।

୨. ଦ୍ୱିତୀୟରେ ହେଲା ଆପଣ ଲଢ଼େଇ-ଝଗଡ଼ା ପରେ ଇଗୋ ଦେଖାନ୍ତୁ ନାହିଁ । ଯଦି ଆପଣ ଚାହୁଁଛନ୍ତି ଓ ଆପଣଙ୍କର ଭୁଲ ରହିଛି ତେବେ ଇଗୋ ନ ଦେଖାଇ ଭୁଲକୁ ମାନି ଯାଆନ୍ତୁ । ପାର୍ଟନର୍ ଙ୍କୁ କ୍ଷମା ମାଗି କଥାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

୩. ନିଜର ଦାୟିତ୍ୱକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କୁ କଥାକୁ ଝଗଡ଼ା ବଢ଼ିଛି ତେବେ କଥାକୁ ସେହି ଠାରେ ହିଁ ଶେଷ କରନ୍ତୁ । ଆପଣ ନିଜ ପାର୍ଟନର୍ ଙ୍କ ସହ କଟୁ ବ୍ୟବହାରରେ କିଛି କହିଛନ୍ତି ତେବେ କ୍ଷମା ମାଗିନିଅନ୍ତୁ । କାରଣ କ୍ଷମା ମାଗିବା ଆଦୌ ଭୁଲ୍ ନୁହେଁ ।

୪. ଝଗଡ଼ା ପରେ ଯଦି ଆପଣଙ୍କ ପାର୍ଟନର୍ ଆପଣଙ୍କ ଠାରୁ ଇମୋସନ୍ ସପୋର୍ଟ ଆଶା କରୁଛନ୍ତି ତେବେ କରନ୍ତୁ । ଅଧିକାଂଶ ମହିଳାମାନେ ଝଗଡ଼ା ପରେ ଇମୋସନାଲ୍ ହୋଇପଡ଼ନ୍ତି ସେ ସମୟରେ ଆପଣ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଦୁହେଁ ଦୁହିଁଙ୍କୁ ଇମୋସନାଲ୍ ସପୋର୍ଟ କରନ୍ତୁ ।

୫. କିଛି ଲୋକ ଝଗଡ଼ା ପରେ କଥା ହେବା ବନ୍ଦ କରିଦେଇଥାନ୍ତି । ଏହା ସମ୍ପର୍କକୁ ଆହୁରି ଦୁର୍ବଳ କରିଦେଇଥାଏ । ତେଣୁ ଚୁପ୍ ନ ରହି କଥା ହୁଅନ୍ତି । ସମ୍ପର୍କ ବିଷୟରେ ଆଲୋଚନା କରନ୍ତୁ ଓ ଝଗଡ଼ା, ରାଗ ରୁଷାକୁ ଶେଷ କରନ୍ତୁ ।

Get real time updates directly on you device, subscribe now.