fbpx

୬୩ କେଜିର ମହିଳାଙ୍କୁ ନିଜ ଦାଢ଼ିରେ ଉଠାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗିନିଜ୍ ୱର୍ଡ ରେକର୍ଡ ପକ୍ଷରୁ ଇନଷ୍ଟାଗ୍ରାମ ପେଜ୍ ରେ ଏକ ତାଜୁବ୍ କରିବା ପରି ଭିଡିଓ ସେୟାର୍ କରାଯାଇଛି । ଏଥିରେ ଜଣେ ବ୍ୟକ୍ତି ନିଜ ଶକ୍ତ ଦାଢ଼ିରେ ୬୩ କେଜି ଓଜନର ଜଣେ ମହିଳାଙ୍କୁ ଉଠାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସେୟାର୍ କରି କ୍ୟାପସନ୍ ରେ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଲେଖାଯାଇଛି । ତାଙ୍କ ନାମ ହେଉଛି ଏଣ୍ଟାନସ୍ କୋଣ୍ଟ୍ରିମାସ୍ ଓ ସେ ୬୩.୫୦ କେଜି ଓଜନର ଜଣେ ମହିଳାଙ୍କ ନିଜ ଦାଢ଼ି ସହାୟତାରେ ଉଠାଇଛନ୍ତି । ଏହା ସବୁଠାରୁ ଅଧିକ ଓଜନ । କାରଣ ଏହା ପୂର୍ବରୁ କୌଣସି ଲୋକ ଦାଢ଼ି ସାହାଯ୍ୟରେ ଏତେ ଅଧିକ ଓଜନର ଜିନିଷ ଉଠାଇପାରିନାହାନ୍ତି । ଏଣ୍ଟାନସ୍ ହେଉଛି ପ୍ରଥମ ବ୍ୟକ୍ତି ଯିଏକି ସର୍ବାଧିକ ଓଜନର ଜିନିଷ ନିଜ ଦାଢ଼ିରେ ଉଠାଇପାରିଛନ୍ତି ।

ଭିଡିଓ ଭାଇରାଲ୍ ପରେ ଲୋକମାନେ ଏଣ୍ଟାନସ୍ ଙ୍କ ଶକ୍ତି ଦାଢ଼ିକୁ ନେଇ କମେଣ୍ଟସ୍ କରିଛନ୍ତି । ଲୋକମାନେ ତାଜୁବ୍ ହୋଇଯାଇଛନ୍ତି । ସେହିପରି ଏହା ପୂର୍ବରୁ ଆଉ ଏକ ଭିଡିଓ ଅପଲୋଡ୍ କରାଯାଇଥିଲା । ସେଥିରେ ଜଣେ ମହିଳା ନିଜ ବାଇସେପ୍ ରେ ସବୁଠାରୁ ଅଧିକ ସେଓକୁ ଭାଙ୍ଗିଛନ୍ତି । ତାହା ଖୁବ୍ ଭାଇରାଲ୍ ହୋଇଥିଲା ।

Get real time updates directly on you device, subscribe now.