fbpx

ଶେଷ ନିଶ୍ୱାସ ଯାଏଁ ରହିବି ରାହୁଲ ଓ ପ୍ରିୟଙ୍କାଙ୍କ ବିଶ୍ୱସ୍ତ, ଜାଣନ୍ତୁ କାହିିଁକି ଏମିତି କହିଲେ ସିଦ୍ଧୁ

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୋନିଆ ଏବଂ ରାହୁଲଙ୍କ ସହ ରହିବି ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ  । ସିଦ୍ଧୁ ଏକ ସଭାରେ ସମ୍ବୋଧନ ଦେଇ ସୋମବାର କହିଛନ୍ତି ଯେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଯାହା ହୋଇନାହିଁ, ତାହା ଗତ ତିନି ମାସରେ ହୋଇଛି । ଏହା ସହ ଉତ୍ତର ପ୍ରଦେଶରେ ଦଳର ମହିଳାଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଲୁଧିଆନାରେ ଏକ ଜନସେବାକୁ ସମ୍ବୋଧିତ କରି ସିଦ୍ଧୁ କହିଛନ୍ତି ଯେ ୩ ମାସରେ ଯେଉଁ କାମ ହୋଇଛି ତାହା ସାଢ଼େ ଚାରିବର୍ଷରୁ ହୋଇପାରିନାହିଁ । ଏହା ସହ ସେ କହିଛନ୍ତି ଯେ ସେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ବିଶ୍ୱସ୍ତ ରହିବେ । ସିଦ୍ଧୁ କହିଛନ୍ତି ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ୨୦୨୨ ନିର୍ବାଚନରେ ମହିଳାଙ୍କ ପାଇଁ ୪୦% ସଂରକ୍ଷଣ ନେଇ ଘୋଷଣା କରିଛନ୍ତି  । ପଞ୍ଜାବ ମଡେଲରେ ମଧ୍ୟ କ୫୦% କୋଟା ଦିଆଯିବାକୁ କହିଛନ୍ତି ସିଦ୍ଧୁ ।

Get real time updates directly on you device, subscribe now.