fbpx

ବାୟୁପ୍ରଦୂଷଣ ରୋକିବାରେ ସହାୟତା କରିବ ଜଟାୟୁ, ଚେନ୍ନାଇର ସ୍ପେସ କମ୍ପାନୀର ପ୍ରୟୋଗ

ବାୟୁପ୍ରଦୂଷଣକୁ ମାପିବା ଏବଂ ରୋକିବାରେ ସହାୟତା କରିବ ଜଟାୟୁ । ବାୟୁମଣ୍ଡଳରେ ଥବା ପ୍ରଦୂଷଣକୁ ରୋକିବା ପାଇଁ ଅଧିକ ତଥ୍ୟ ଯୋଗାଇବ ଜଟାୟୁ । ଚେନ୍ନାଇର ସ୍ପେସକିଡ୍ଜ ନାମକ ସଂସ୍ଥା ପ୍ରଦୂଷଣ ସ୍ତରକୁ ମାପିବା ପାଇଁ ନିକଟରେ ଏକ ବେଲୁନ ସାହାଯ୍ୟରେ ଏକ ଯନ୍ତ୍ରକୁ ବାୟୁମଣ୍ଡଳର ଉପରକୁ ପଠାଇଥିଲେ । ଏହି ଯନ୍ତ୍ରର ନାମ ହେଉଛି ଜଟାୟୁ । ଏହାକୁ ନଭେମ୍ବର ୪ ତାରିଖ ଅର୍ଥାତ୍ ଦୀପାବଳି ରାତିରେ ଏବଂ ୫ ତାରିଖ ରାତିରେ ପଠାଯାଇଥିଲା । ଜଟାୟୁକୁ ତିଆରି କରିଥିବା ସ୍ପେସକିଡ୍ଜ ନାମକ ସଂସ୍ଥା ପୂର୍ବରୁ ମଧ୍ୟ ଦୁଇ ଥର ଇସ୍ରୋ ସାହଯ୍ୟରେ ଦୁଇଟି ସାଟେଲାଇଟକୁ ପୃଥିବୀ କକ୍ଷରେ ସ୍ଥାପିତ କରିଛି । ତେବେ ଜଟାୟୁ ବାୟୁମଣ୍ଡଳ ଉପର ସ୍ତର ପର୍ଯ୍ୟନ୍ତ ଯାଇ ଯାଞ୍ଚ କରିଥାଏ ।

କମ୍ପାନୀର ସିଇଓ ଡା.ଶ୍ରୀମତୀ କେସନ କହିଛନ୍ତି ଜଟାୟୁକୁ ପୁଣିଥରେ ୧ ଡିସେମ୍ବର ଏବଂ ୩୧ ଡିସେମ୍ବରରେ ଲଞ୍ଚ କରାଯିବ । ଏହାପରେ ସଂଗ୍ରହ ହୋଇଥିବା ତଥ୍ୟକୁ ବିଶ୍ଲେଷଣ କରାଯିବ । ଏହାଦ୍ୱାରା ଆମକୁ ଏହା ଜଣାପଡ଼ିବ ଯେ କେଉଁ ସ୍ଥାନରେ ଏବଂ କେତେ ଉଚ୍ଚ ପର୍ଯ୍ୟନ୍ତ ପ୍ରଦୂଷଣ ଚାଦର ରହିଛି, କେଉଁ ଭଳି ପ୍ରଦୂଷଣ ରହିଛି, ଏହାକୁ କେମିତି କମ ହୋଇପାରିବ । ସେ ଆହୁରି କହିଛନ୍ତି ଅନୁମତି ମିଳିଲେ ଜଟାୟୁକୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ମଧ୍ୟ ପରୀକ୍ଷଣ କରାଯାଇପାରେ ।

ଜଟାୟୁର ଓଜନ ୩ କିଲୋଗ୍ରାମ ରହିଛି । ଏଥିରେ ତାପମାନ ମାପିବା ପାଇଁ ସେନ୍ସର, ଆଦ୍ରତା ମାପିବା ପାଇଁ ସେନ୍ସର, ଏୟାର କ୍ୱାଲିଟି ସେନ୍ସର, ଜିପିଏସ ଏବଂ ଟ୍ରାକିଂ ସିଷ୍ଟମ ରହିଛି ।

Get real time updates directly on you device, subscribe now.