fbpx

ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଲା ଅଧିକ

ନୂଆଦିଲ୍ଲୀ: ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ (NFHS) ଅନୁଯାୟୀ ଦେଶରେ ମହିଳାଙ୍କ ସଂଖ୍ୟା ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ହୋଇଯାଇଛି । ଏପରି ପ୍ରଥମ ଥର ପାଇଁ ହୋଇଛି । ସଦ୍ୟତମ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି । ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରଜନନ ହାରରେ ହ୍ରାସ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏହି ସଂଖ୍ୟା ପ୍ରକାଶ କରିଛି ।

ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଭାରତରେ ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯେତେବେଳେ କି ଏହା ପୂର୍ବର ପରିସ୍ଥିତି କିଛି ଅଲଗା ଥିଲା । ୧୯୯୦ ଦଶକରେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ କେବଳ ୯୨୭ ଜଣ ମହିଳା ଥିଲେ । ୨୦୦୫-୦୬ ମସିହାରେ ହୋଇଥିବା ତୃତୀୟ NFHS ସର୍ଭେରେ, ଏହା ୧୦୦୦-୧୦୦୦ ସହିତ ସମାନ ହେଲା । ଏହା ପରେ, ୨୦୧୫-୧୬ ରେ ଚତୁର୍ଥ ସର୍ଭେରେ, ଏହି ସଂଖ୍ୟା ପୁଣି ହ୍ରାସ ପାଇଥିଲା । ୧୦୦୦ ପୁରୁଷରେ ୯୯୧ ମହିଳା ହୋଇଥିଲେ । କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମହିଳାଙ୍କ ଅନୁପାତ ପୁରୁଷଙ୍କ ତୁଳନାରେ ଅଧିକ ହୋଇଛି ।

Get real time updates directly on you device, subscribe now.