fbpx

ଗାଁକୁ ନାହିଁ ରାସ୍ତା, ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଷ୍ଟ୍ରେଚର୍ ରେ ବୋହି ନଦୀ ପାର୍ କରାଇଲେ ଗ୍ରାମବାସୀ । ପ୍ରୟେ ୩ କିମି ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଳାନ୍ସ ନିକଟରେ ପହଞ୍ଚାଇଲେ ଗ୍ରାମବାସୀ । ପରେ ଗର୍ଭବତୀଙ୍କୁ କେନ୍ଦୁଝର ଜିଲ୍ଲା ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ,  ନୟାକୋଟ ପଞ୍ଚାୟତ ସାଗପାଲି ଗାଁର ନଟବର ମୁଣ୍ଡାଙ୍କ ସ୍ତ୍ରୀ ସୀତା ମୁଣ୍ଡାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ଆଶାକର୍ମୀଙ୍କୁ ଖବର ଦେଇଥିଲେ ପରିବାର । ପରେ ଆଶାକର୍ମୀ ୧୦୨ ଆମ୍ବୁଲାନସ୍ କୁ ଫୋନ୍ କରିଥିଲେ । ହେଲେ ବଇଙ୍ଗା ନଦୀର ଅସମ୍ପୂର୍ଣ୍ଣ ପୋଲ କାରଣରୁ ଗାଁକୁ ଆସି ନପାରି ଅଧାରାସ୍ତା ରେ ଆମ୍ବୁଲାନସ୍ ଅଟକି ରହିଥିଲା  । ବାଧ୍ୟ ହୋଇ ଲୋକେ ଗର୍ଭବତୀଙ୍କୁ ଷ୍ଟ୍ରେଚର୍ ରେ ବୋହି ନଦୀ ପାର୍ କରି ଦୀର୍ଘ ୩ କିଲୋମିଟର୍ ସିମିନାକୁ ନେଇଥିଲେ  । ସେଠାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ସୀତାଙ୍କୁ ଆମ୍ବୁଲାନସ୍ ରେ ନେଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ଏବେ ସୀତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ବଇଙ୍ଗା ନଦୀ ଉପରେ ନିର୍ମାଣାଧୀନ ପୋଲ ଯଥାଶୀଘ୍ର ପୁରା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.